ସୀମାରେ ଥିବା ଯବାନଙ୍କ ପାଇଁ ମୋଦିଙ୍କ ନୂଆ ପ୍ରୟାସ ‘ସନ୍ଦେଶ ଟୁ ସୋଲଜ୍ୟର୍ସ’

ନୂଆଦିଲ୍ଲୀ: ସୀମାରେ ରହି ଦେଶକୁ ରକ୍ଷା କରୁଥିବା ଯବାନ୍‌ଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ନୂଆ ପ୍ରୟାସର ନାମ ହେଉଛି ‘ସନ୍ଦେଶ ଟୁ ସୋଲଜ୍ୟର୍ସ’। ଘର ଓ ନିଜ ପ୍ରିୟଜନଙ୍କ ଠାରୁ ଦୂରରେ ରହୁଥିବା ସେନାଙ୍କ ମୁହଁରେ ହସ ଆଣିବା ପାଇଁ ସେମାନଙ୍କ ପାଖକୁ ଏହି ନୂଆ ପ୍ରୟାସ ମାଧ୍ୟମରେ ଭାରତୀୟମାନେ ଦିପାବଳୀ ଉପଲକ୍ଷେ ସନ୍ଦେଶ ପଠାଇପାରିବେ। ସନ୍ଦେଶ ପଠାଇବା ପାଇଁ ‘ନରେନ୍ଦ୍ର ମୋଦି ଆପ୍‌’ […]

modi

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 01:45 PM IST

ନୂଆଦିଲ୍ଲୀ: ସୀମାରେ ରହି ଦେଶକୁ ରକ୍ଷା କରୁଥିବା ଯବାନ୍‌ଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ନୂଆ ପ୍ରୟାସର ନାମ ହେଉଛି ‘ସନ୍ଦେଶ ଟୁ ସୋଲଜ୍ୟର୍ସ’। ଘର ଓ ନିଜ ପ୍ରିୟଜନଙ୍କ ଠାରୁ ଦୂରରେ ରହୁଥିବା ସେନାଙ୍କ ମୁହଁରେ ହସ ଆଣିବା ପାଇଁ ସେମାନଙ୍କ ପାଖକୁ ଏହି ନୂଆ ପ୍ରୟାସ ମାଧ୍ୟମରେ ଭାରତୀୟମାନେ ଦିପାବଳୀ ଉପଲକ୍ଷେ ସନ୍ଦେଶ ପଠାଇପାରିବେ। ସନ୍ଦେଶ ପଠାଇବା ପାଇଁ ‘ନରେନ୍ଦ୍ର ମୋଦି ଆପ୍‌’ ଓ ‘www.mygov.in’ ଡାଉନଲୋଡ କରନ୍ତୁ ଏବଂ ଏହି ଭାରତର ଏହି ନୂଆ ଅଭିଯାନରେ ସାମିଲ ହୁଅନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଆରମ୍ଭ ନିଜ ଟ୍ୱିଟରେ ଏକ ସୁନ୍ଦର ଭିଡିଓ ମାଧ୍ୟମରେ ଆରମ୍ଭ କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ପିଲା, ବାଇକ୍ କିଣିବାକୁ ଯାଉଥିବା ଏକ ଯୁବକ ଏବଂ ଜଣେ କିପରି ସେନା ନିକଟକୁ ନିଜର ମେସେଜ ପଠାଉଛନ୍ତି ତାହା ଦେଖାଯାଇଛି। ଏହା ବ୍ୟତୀତ ଭିଡିଓର ଶେଷ ଭାଗରେ ମୋଦି ଦେଶବାସୀଙ୍କୁ ମଧ୍ୟ ସୀମାରେ ଥିବା ସେନାଙ୍କ ପାଇଁ ଦିପାବଳୀ ଉପଲକ୍ଷେ ନିଜର ମେସେଜ ପଠାଇବାକୁ ଅନୁରୋଧ କରିଛନ୍ତି।

Related story