ଭାଷଣବୀର ମୋଦି କର୍ମବୀର ହୋଇପାରି ନାହାନ୍ତି: କଂଗ୍ରେସ

ନୂଆଦିଲ୍ଲୀ: ଭାଷଣବୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଦୁଇ ବର୍ଷରେ କର୍ମବୀର ହୋଇପାରି ନାହାନ୍ତି ବୋଲି ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଆଜି ଦୁଇ ବର୍ଷ ପୂରି ଥିବା ବେଳେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ଟାର୍ଗେଟ କରି ଏ କଥା କହିଥିଲେ। ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଥିଲେ,“ଗତ ଦୁଇ ବର୍ଷରେ ମୁଁ କେବଳ ମୋଦିଙ୍କ ଭାଷଣ ଶୁଣିଛି। ଶାସନ ଦେଖିନି। […]

gulamnabi

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 08:39 AM IST

ନୂଆଦିଲ୍ଲୀ: ଭାଷଣବୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଦୁଇ ବର୍ଷରେ କର୍ମବୀର ହୋଇପାରି ନାହାନ୍ତି ବୋଲି ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଆଜି ଦୁଇ ବର୍ଷ ପୂରି ଥିବା ବେଳେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ଟାର୍ଗେଟ କରି ଏ କଥା କହିଥିଲେ।

ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଥିଲେ,“ଗତ ଦୁଇ ବର୍ଷରେ ମୁଁ କେବଳ ମୋଦିଙ୍କ ଭାଷଣ ଶୁଣିଛି। ଶାସନ ଦେଖିନି। ଦେଶର ବିକାଶର ଗତି ହ୍ରାସ ପାଇଛି। ଟଙ୍କାର ମୂଲ୍ୟ ତଳକୁ ଖସୁଛି ଓ ମୁଦ୍ରାସ୍ଫୀତୀ ବଢୁଛି।”

ସେ କହିଥିଲେ,“ଦୁଇ ବର୍ଷରେ ମୋଦି ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ହେଉଛି ସାମାଜିକ ହିଂସାକୁ ଉସୁକାଇବା। ବିଭିନ୍ନ ସମୟରେ ବିଜେପି ନେତାମାନେ ହିଂସା ବ୍ୟାପୀବା ଭଳି ମନ୍ତବ୍ୟ ଦେଇଛନ୍ତି। ବିନା କୌଣସି କାରଣରେ ହିଂସା ଓ ବିବାଦ ସୃଷ୍ଟି କରିବାକୁ ଦଳ ଉଦ୍ୟମ କରିଛି।”

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ କହିଥିଲେ,“ମୋଦି ସରକାର ପଡ଼ୋଶୀ ଦେଶଗୁଡ଼ିକ ସହିତ ସଂପର୍କ ସୁଧାରିବାରେ ବିଫଳ ହୋଇଛନ୍ତି। ପାକିସ୍ତାନ ପ୍ରସଙ୍ଗରେ ସରକାର କୌଣସି ଠୋସ୍ ପଦକ୍ଷେପ ଉଠାଇ ନାହାନ୍ତି। ସେଥିଯୋଗୁଁ ପଠାନକୋଟ୍ ହମଲା ଭଳି ଘଟଣା ଘଟିଗଲା। ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାରେ ବିଫଳ ହୋଇଛନ୍ତି।”

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କପିଲ୍ କହିଥିଲେ,“ଖୁଦା କେ ବନ୍ଦେ ସଂଭଲ ଜା, ବକ୍ତ ହେ ଅବ ଭି ବଦଲ ଜା।’

ମୋଦିଙ୍କ ମେକ୍‌ ଇନ୍ ଇଣ୍ଡିଆ କେବଳ ଏକ ସ୍ଲୋଗାନ୍ ବୋଲି କଂଗ୍ରେସ କହିଛି।

Related story