ନୀତି ଆୟୋଗର ପୁନର୍ଗଠନ କଲେ ମୋଦି, ଶାହଙ୍କୁ ପୁଣି ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ପୁନର୍ଗଠନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମତି ଦେଇଛନ୍ତି। ନୂଆକରି ଗଠନ ହେବାକୁ ଥିବା ନୀତି ଆୟୋଗ ପ୍ୟାନେଲ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ମୋଦି-୧ ସରକାର ଭଳି ମୋଦି-୨ ସରକାରରେ ନୀତି ଆୟୋଗର ଭାଇସ୍‌ ଚେୟାରମ୍ୟାନ୍‌ ରାଜୀବ କୁମାର ରହିବେ। ତେବେ ଶାହଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ନରେନ୍ଦ୍ର […]

rt

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 09:25 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ପୁନର୍ଗଠନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମତି ଦେଇଛନ୍ତି। ନୂଆକରି ଗଠନ ହେବାକୁ ଥିବା ନୀତି ଆୟୋଗ ପ୍ୟାନେଲ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ମୋଦି-୧ ସରକାର ଭଳି ମୋଦି-୨ ସରକାରରେ ନୀତି ଆୟୋଗର ଭାଇସ୍‌ ଚେୟାରମ୍ୟାନ୍‌ ରାଜୀବ କୁମାର ରହିବେ।

ତେବେ ଶାହଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଏହି କମିଟର ଏକ୍ସ-ଅଫିସିଓ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ସେହିପରି ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ଶିଳ୍ପ ଓ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ସାମାଜିକ ନ୍ୟାୟ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ ଏବଂ ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦରଜିତଙ୍କୁ ପ୍ୟାନେଲ୍‌ରେ ନିମନ୍ତ୍ରିତ ଅତିଥି ଭାବେ ସାମିଲ କରାଯାଇଛି।

ବର୍ତ୍ତମାନ ନୀତି ଆୟୋଗରେ କାମ କରୁଥିବା ଭିକେ ସାରସ୍ୱତ, ରମେଶ ଚାନ୍ଦ ଓ ଭିକେ ପଲ୍‌କୁ ପୁନଃ ଅବସ୍ଥାପିତ କରାଯାଇଛି।

Related story