ମୋଦି ସରକାରଙ୍କୁ ପୂରିଲା ଦୁଇ ବର୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ  ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଆଜି ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ବିଜେପି ସାଂସଦ ଓ ବିଧାୟକମାନେ ଜନତାଙ୍କ ପାଖରେ ପହଞ୍ଚି ମୋଦି ସରକାରଙ୍କ ଦୁଇ ବର୍ଷର ଶାସନ କାଳ ମଧ୍ୟରେ କ’ଣ କ’ଣ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଲୋକଙ୍କୁ ଜଣାଇବେ।  ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା […]

modi

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 06:04 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ  ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଆଜି ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।

ବିଜେପି ସାଂସଦ ଓ ବିଧାୟକମାନେ ଜନତାଙ୍କ ପାଖରେ ପହଞ୍ଚି ମୋଦି ସରକାରଙ୍କ ଦୁଇ ବର୍ଷର ଶାସନ କାଳ ମଧ୍ୟରେ କ’ଣ କ’ଣ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଲୋକଙ୍କୁ ଜଣାଇବେ।  ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ  ଦଳର ସାଂସଦ  ଓ ବିଧାୟକମାନଙ୍କୁ ମୋଦି  ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଦୁଇ ବର୍ଷ ଭିତରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା,  ଅଟଳ ପେନସନ୍ ଯୋଜନା ଭଳି ସାମାଜିକ ସୁରକ୍ଷା ସ୍କିମ୍‌ର ଆରମ୍ଭ କରିଛନ୍ତି ମୋଦି ସରକାର। ସେହିପରି କନ୍ୟା ସନ୍ତାନଙ୍କ ପାଇଁ ମଧ୍ୟ ମୋଦି ସରକାର  ବେଟି ବଚାଓ ବେଟି ପଢ଼ାଅ ଓ ସୁକନ୍ୟା ସମୃଦ୍ଧି ଆଦି ଯୋଜନା ଆରମ୍ଭ କରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ, ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ ସ୍କିମ୍‌ ଆରମ୍ଭ କରିବା ସହ ଯୋଜନା କମିଶନ ବଦଳରେ ନୀତି ଆୟୋଗ ସ୍ଥାପନ କରିଛନ୍ତି ମୋଦି ସରକାର ।

Related story