ଆଡଭାନୀଙ୍କ ପରି ମହାନ ନେତାଙ୍କ ପାଇଁ ଆମ ଦଳ ଆଜି ସୁଦୃଢ଼ ହୋଇପାରିଛି: ମୋଦି

ନୂଆଦିଲ୍ଲୀ: ବିଜେପି ଏହାର ସମାଲୋଚକଙ୍କୁ କେବେ ମଧ୍ୟ ‘ଶତ୍ରୁ’ ବା ‘ରାଷ୍ଟ୍ର ବିରୋଧୀ’ କହେ ନାହିଁ ବୋଲି କହି ବିଜେପି ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀ କରିଥିବା ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଏହି ଟ୍ୱିଟ୍‌ରେ କହିଛନ୍ତି, ଦଳର ବରିଷ୍ଠ ନେତା ଆଡଭାନୀ ବିଜେପିର ପ୍ରକୃତ ମର୍ମ ବଖାଣିଛନ୍ତି। Advani Ji perfectly sums up the true essence of BJP, most notably the guiding Mantra of ‘Nation […]

modi-advani

Subrat Kumar Nayak
  • Published: Thursday, 04 April 2019
  • , Updated: 04 April 2019, 09:34 PM IST

ନୂଆଦିଲ୍ଲୀ: ବିଜେପି ଏହାର ସମାଲୋଚକଙ୍କୁ କେବେ ମଧ୍ୟ ‘ଶତ୍ରୁ’ ବା ‘ରାଷ୍ଟ୍ର ବିରୋଧୀ’ କହେ ନାହିଁ ବୋଲି କହି ବିଜେପି ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀ କରିଥିବା ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଏହି ଟ୍ୱିଟ୍‌ରେ କହିଛନ୍ତି, ଦଳର ବରିଷ୍ଠ ନେତା ଆଡଭାନୀ ବିଜେପିର ପ୍ରକୃତ ମର୍ମ ବଖାଣିଛନ୍ତି।
https://twitter.com/narendramodi/status/1113819567179075590

ସେ ଏହି ଟ୍ୱିଟ୍‌ରେ କହିଛନ୍ତି, “ଆଡଭାନୀ ବିଜେପିର ପ୍ରକୃତ ମର୍ମ ବିଷୟରେ କହିଛନ୍ତି। ବିଶେଷ କରି ପ୍ରଥମେ ରାଷ୍ଟ୍ର, ତାପରେ ଦଳ, ତାପରେ ମୁଁ- ଉକ୍ତିଟି ପ୍ରେରଣାଦାୟକ। ବିଜେପି କାର୍ଯ୍ୟକର୍ତ୍ତା ଭାବରେ ମୁଁ ଗର୍ବିତ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ପରି ମହାନ ବ୍ୟକ୍ତି ବିଜେପିକୁ ଯେମିଟି ସୁଦୃଢ଼ କରିଛନ୍ତି ସେଥିପାଇଁ ମଧ୍ୟ ଗର୍ବିତ।”

ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଲାଲକୃଷ୍ଣ ଆଡଭାନୀ ଏଥରର ନିର୍ବାଚନ ଲଢ଼ୁନାହାନ୍ତି। ଏହାକୁ ନେଇ ବାଦବିବାଦ ଆରମ୍ଭ ହୋଇସାରିଥିବାବେଳେ ସେ ‘ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ, ତା’ପରେ ମୁଁ’ ଶୀର୍ଷକ ଏକ ବ୍ଲଗ୍‌ରେ ଆଜି ମୁହଁ ଖୋଲିଛନ୍ତି। ସେ ଆଜି ସମସ୍ତଙ୍କୁ ଆହ୍ୱାନ କରି କହିଛନ୍ତି, “ବିଜେପିରେ ଥିବା ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ଆମେ ଅତୀତକୁ ଦେଖିବାର, ବର୍ତ୍ତମାନକୁ ଦେଖିବାର ଏବଂ ଭବିଷ୍ୟତକୁ ଦେଖିବାର ସମୟ ଆସିଛି।”

Related story