ନୂଆଦିଲ୍ଲୀ: 'ମୋ ହୃଦୟରେ ନିଆଁ ଜଳୁଛି।' ପୁଲ୍ୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବା ପରେ ଏହି ପ୍ରସଙ୍ଗରେ କଡ଼ା ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ସେହି ରାଜ୍ୟର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ସେ ଏପରି କହିଛନ୍ତି।
ମୋଦି ବିହାରର ବରୌନୀ ଜିଲ୍ଲାର ଏହି କାର୍ଯ୍ୟକ୍ରମରେ କହିଛନ୍ତି, “ସଞ୍ଜୟ କୁମାର ସିହ୍ନା ଓ ରତନ କୁମାର ଠାକୁରଙ୍କୁ ମୁଁ ସାଲ୍ୟୁଟ୍ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏଠାରେ ଉପସ୍ଥିତ ଲୋକଙ୍କୁ ମୁଁ କହିବାକୁ ଚାହେଁ, ଯେଉଁ ନିଆଁ ଆପଣମାନଙ୍କ ମଧ୍ୟରେ ଜଳୁଛି ମୋ ହୃଦୟରେ ମଧ୍ୟ ସେହି ନିଆଁ ଜଳୁଛି।”
ଗୁରୁବାର ୭୦ରୁ ଊର୍ଦ୍ଧ୍ୱ ଗାଡ଼ିରେ ଯବାନମାନେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବାବେଳେ ଜଣେ ଆତ୍ମଘାତୀ ଆତଙ୍କୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ମାଡ଼ କରି ବିସ୍ଫୋରଣ କରାଇଥିଲା। ଏହା ନିକଟ ଅତୀତର ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।