ମୋ ଦେଶ ମୋ ପରିବାର, କିନ୍ତୁ ସେମାନଙ୍କ ପାଇଁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ-ରଠ ଏକ୍ସପ୍ରେସ୍‌ ୱେ ଉଦ୍‌ଘାଟନ କରିବା ପରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ବିପକ୍ଷ ଦଳଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏକାଧିକ ପ୍ରସଙ୍ଗରେ ମୋଦି କଂଗ୍ରେସ ସମେତ ସବୁ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଜଣେ ଲୋକ (ମୋଦି)କୁ ହଟାଇବାକୁ କେମିତି ଏହି ବିରୋଧୀ ଦଳ ସବୁ ସୀମା ପାର କରିଯାଉଛନ୍ତି ତାହା ଲୋକଙ୍କ ସାମ୍ନାକୁ ଆଣିଛନ୍ତି ମୋଦି। ଆସନ୍ତୁ ଜାଣିବା ଜନସଭାକୁ ସମ୍ବୋଧିତ କରିବା ବେଳେ କ’ଣ କହିଛନ୍ତି ମୋଦି […]

modi

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 06:55 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ-ରଠ ଏକ୍ସପ୍ରେସ୍‌ ୱେ ଉଦ୍‌ଘାଟନ କରିବା ପରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ବିପକ୍ଷ ଦଳଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏକାଧିକ ପ୍ରସଙ୍ଗରେ ମୋଦି କଂଗ୍ରେସ ସମେତ ସବୁ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଜଣେ ଲୋକ (ମୋଦି)କୁ ହଟାଇବାକୁ କେମିତି ଏହି ବିରୋଧୀ ଦଳ ସବୁ ସୀମା ପାର କରିଯାଉଛନ୍ତି ତାହା ଲୋକଙ୍କ ସାମ୍ନାକୁ ଆଣିଛନ୍ତି ମୋଦି। ଆସନ୍ତୁ ଜାଣିବା ଜନସଭାକୁ ସମ୍ବୋଧିତ କରିବା ବେଳେ କ’ଣ କହିଛନ୍ତି ମୋଦି ?

ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗକୁ ଛାଡିଲେ ନାହିଁ

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଏମାନେ ଛାଡିଲେ ନାହିଁ। ସ୍ଥିତି ଏମିତି ହୋଇଛି, ଲୋକଙ୍କ ମନରେ ସର୍ବୋଚ୍ଚ ନ୍ୟାଳୟକୁ ନେଇ ବିଶ୍ୱାସର ସଙ୍କଟ ଛିଡାକରି ଦେଇଛନ୍ତି। ଏମାନେ ନିର୍ବାଚନ ଆୟୋଗ ଓ ଇଭିଏମ୍‌କୁ ସନ୍ଦେହ ଭିତରକୁ ଠେଲି ଦେଇଚନ୍ତି। ଏହାସହ ଆରବିଆଇ, ସିବିଆଇ, ଇଡିକୁ ମଧ୍ୟ କାଠଗଡ଼ାରେ ଛିଡା କରୁଛନ୍ତି। ଏପରିକି ଗଣମାଧ୍ୟକ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣୁଛନ୍ତି।

ମୋ ଦେଶ, ମୋ ପରିବାର

ବିରୋଧୀଙ୍କ ବିଦେଶ ରଣନୀତିକୁ ନେଇ ମଧ୍ୟ ମୋଦି ପ୍ରଶ୍ନ ଉଠାଛନ୍ତି। ସେ କହିଛନ୍ତି, “କୌଣସି ବିଶ୍ୱସ୍ତରୀୟ ଏଜେନ୍ସି ସରକାରଙ୍କ ପ୍ରଶଂସା କରିଦେଲେ, ଏମାନଙ୍କ ଦେହ ସହୁନାହିଁ। ଦେଶକୁ ଆସୁଥିବା ଅତିଥି ଯଦି ସରକାରଙ୍କ ପ୍ରଶଂସା କରୁଛନ୍ତି, ତାଙ୍କର ଭୁଲ ଖୋଜୁଛନ୍ତି। ଏମାନେ ମୋତେ ବିରୋଧ କରିବା ଆଳରେ ଦେଶକୁ ବିରୋଧ କରିବେ, ଏହା କେବେ ମୁଁ ଭାବି ନଥିଲି।”

ସେ କହିଥିଲେ, “ଆପଣମାନେ ଦେଖନ୍ତୁ ସେପଟେ କିଏ କିଏ ଅଛନ୍ତି ଓ ଏପଟେ କିଏ ଅଛନ୍ତି। ସେମାନଙ୍କ ପାଇଁ ନିଜ ପରିବାର ହେଉଛି ସେମାନଙ୍କ ଦେଶ। ହେଲେ ମୋ ପାଇଁ ଦେଶ ହେଉଛି ମୋ ପରିବାର। ଦେଶର ୧୨୫ କୋଟି ନାଗରିକ ମୋ ପରିବାରର ସଦସ୍ୟ।”

ମିଛ ପ୍ରଚାର କରୁଛି କଂଗ୍ରେସ

ଏହି ଅବସରରେ ମୋଦି କଂଗ୍ରେସ୍‌କୁ ସିଧା ଟାର୍ଗେଟ କରିଥିଲେ। ଏମାନେ ନିଜ ରାଜନୈତିକ ଲାଭ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଖୋଲାଖୋଲି ମିଛ କହୁଛନ୍ତି। ସେମାନେ ଭାବୁ ନାହାଁନ୍ତି, ତାଙ୍କ ମିଛ ଯୋଗୁଁ ଦେଶରେ କେଉଁ ପ୍ରକାର ସ୍ଥିତି ଉତ୍ପନ୍ନ ହେବ। ଦଳିତଙ୍କ ଉପରେ ଅତ୍ୟାଚର କି ସଂରକ୍ଷଣ ପ୍ରସଙ୍ଗ, ଏମାନେ ମିଛ କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।

‘ବିକାଶ’ ଏମାନଙ୍କୁ ଥଟ୍ଟା ଲାଗୁଛି

ଗରିବ, ଦଳିତ, ପଛୁଆ ବର୍ଗ ଓ ଆଦିବାସୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ଯେକୌଣସି ପଦକ୍ଷେପକୁ କଂଗ୍ରେସ ଓ ତାଙ୍କ ସହ ଚାଲିଥିବା ଦଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଏହାସହ ମଜା ଉଡାଇଉନ୍ତି। ଏମାନଙ୍କୁ ଦେଶର ବିକାଶ ମଧ୍ୟ ମଜା ଲାଗୁଛି। ଗରିବ ମହିଳାଙ୍କ ପାଇଁ ନିର୍ମାଣ ହେଉଥିବା ଶୌଚାଳୟ ଏମାନଙ୍କ ପାଇଁ କିଛି ଗୁରୁତ୍ୱ ରଖେନାହିଁ। ଆମେ ଯେତେବେଳେ ଗରିବ ମହିଳାଙ୍କୁ ମଗଣାରେ ଗ୍ୟାସ୍‌ ଦେବା ହେଉ କି, ଗରିବଙ୍କ ବ୍ୟାଙ୍କଖାତା ଖୋଳିବା ସବୁ ଏମାନଙ୍କୁ ଥଟ୍ଟା ଲାଗୁଛି।

Related story