ଆମେରିକାରେ ମୋଦି; ଟ୍ରମ୍ପ କହିଲେ- ‘ପ୍ରକୃତ ବନ୍ଧୁ’ଙ୍କୁ ଅପେକ୍ଷା

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ୱାଶିଂଟନ୍‌ରେ ପହଞ୍ଚିଛନ୍ତି। ଆମେରିକା ପହଞ୍ଚିବା ପରେ ମୋଦିଙ୍କୁ ବହୁ ଆଡମ୍ୱର ସହ  ସ୍ୱଗାତ କରାଯାଇଥିଲା। ଏହାପରେ ମୋଦି ଜଏଣ୍ଟ୍ ଏୟାରବେସ୍‌ ଆଡ୍ରିବ୍‌ରେ ଆମେରିକାରେ ରହୁଥିବା ଭାରତୀୟଙ୍କ ସହ ସାକ୍ଷାତ କରିଥିଲେ। ଆମେରିକାରେ ପହଞ୍ଚିବା ପରେ ମୋଦି ଟ୍ୱିଟ୍‌ କରି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଡମ୍ୱରପର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ଟ୍ୱିଟ୍ କରି ମୋଦିଙ୍କୁ ନିଜର […]

modi

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 10:39 AM IST

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ୱାଶିଂଟନ୍‌ରେ ପହଞ୍ଚିଛନ୍ତି। ଆମେରିକା ପହଞ୍ଚିବା ପରେ ମୋଦିଙ୍କୁ ବହୁ ଆଡମ୍ୱର ସହ  ସ୍ୱଗାତ କରାଯାଇଥିଲା। ଏହାପରେ ମୋଦି ଜଏଣ୍ଟ୍ ଏୟାରବେସ୍‌ ଆଡ୍ରିବ୍‌ରେ ଆମେରିକାରେ ରହୁଥିବା ଭାରତୀୟଙ୍କ ସହ ସାକ୍ଷାତ କରିଥିଲେ। ଆମେରିକାରେ ପହଞ୍ଚିବା ପରେ ମୋଦି ଟ୍ୱିଟ୍‌ କରି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଡମ୍ୱରପର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ଟ୍ୱିଟ୍ କରି ମୋଦିଙ୍କୁ ନିଜର ‘ପ୍ରକୃତ ବନ୍ଧୁ’ ବୋଲି କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ହ୍ୱାଇଟ୍‌ ହାଉସ୍‌ ‘ପ୍ରକୃତ ବନ୍ଧୁ’କୁ ସ୍ୱାଗତ ଓ ତାଙ୍କ ସହ ରଣନୀତି ମୁର୍ଦ୍ଦା ଉପରେ ଆଲୋଚନା କରିବା ପାଇଁ ଅପେକ୍ଷା କରିଛି।”

ସୂଚନାଯୋଗ୍ୟ, ଆସନ୍ତାକାଲି ମୋଦି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ।

Related story