ରାମ ମନ୍ଦିର ନେଇ ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କୁ ମୁହଁ ବନ୍ଦ କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି। ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ […]

MODI MAHARASTRA

MODI MAHARASTRA

Subhransu Sekhar
  • Published: Thursday, 19 September 2019
  • Updated: 19 September 2019, 06:48 PM IST

Sports

Latest News

ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି। ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟ ଉପରେ ଭରସା ରଖିବା ଉଚିତ ବୋଲି ସେ କହିଛନ୍ତି।

ଗତ ୨-୩ ସପ୍ତାହ ହେଲା ଅନେକ ବଡ଼ ଲୋକ ରାମ ମନ୍ଦିରକୁ ନେଇ ଅନେକ ମତ ରଖୁଛନ୍ତି। ଏପରି କହିବା ବଦଳରେ ସମ୍ୱିଧାନର ନିୟମ ଏବଂ ସୁପ୍ରିମକୋର୍ଟ ଉପରେ ଭରସା କରିବା ଉଚିତ୍ ବୋଲି ମୋଦି କହିଛନ୍ତି। ତେଣୁ ପ୍ରଭୁ ରାମଙ୍କ ରାଣ ଖାଇ ଭାରତର ନ୍ୟାୟପାଳିକା ଉପରେ ଭରସା ରଖିବା ଉଚିତ୍ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମହରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଗକୁ ରହିଛି। ଏହି ସମୟରେ ବିଜେପିର ସହଯୋଗୀ ଦଳ ଶିବସେନାର ନେତା ରାମ ମନ୍ଦିରକୁ ନେଇ ଅନେକ ମନ୍ତବ୍ୟ ଦେଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ରାମ ମନ୍ଦିର ସପକ୍ଷରେ ଯିବ ବୋଲି କହିଥିଲେ। ଏଥିସହିତ ଗିରିରାଜ କହିଥିଲେ ମୋଦି ଅଛନ୍ତି ତ ସବୁକିଛି ସମ୍ଭବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos