ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ‘ମୁସଲିମ୍‌’ ମନ୍ତବ୍ୟକୁ ଓୱେସିଙ୍କ ସମାଲୋଚନା

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ସରସଂଘଚାଳକ ମୋହନ ଭାଗବତ୍‌ ଭୁବନେଶ୍ୱରଠାରେ ଏକ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସି। ଭାଗବତ କହିଥିଲେ, ହିନ୍ଦୁମାନଙ୍କ ପାଇଁ ଭାରତରେ ମୁସଲିମ୍‌ମାନେ ଖୁସି ଅଛନ୍ତି। ବିଶ୍ୱରେ ମୁସଲିମ୍‌ମାନେ ଭାରତରେ ହିଁ ସବୁଠାରୁ ଅଧିକ ଖୁସି ବୋଲି ସେ କହିଥିଲେ। ଏକ ଟ୍ୱିଟ୍‌ରେ ସେ କହିଥିଲେ, ମୋହନ ଭାଗବତ ଭାରତର ଇତିହାସ ଲିଭାଇ ଦେଇପାରିବେନି। ସେ ଆହୁରି ମଧ୍ୟ କହିଥିଲେ, ହିନ୍ଦୁତ୍ୱ ମୁସଲିମ୍‌ ସଂସ୍କୃତି ଏବଂ ବିଶ୍ୱାସକୁ […]

owaisi

owaisi

Subrat Kumar Nayak
  • Published: Sunday, 13 October 2019
  • Updated: 13 October 2019, 06:14 PM IST

Sports

Latest News

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ସରସଂଘଚାଳକ ମୋହନ ଭାଗବତ୍‌ ଭୁବନେଶ୍ୱରଠାରେ ଏକ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସି। ଭାଗବତ କହିଥିଲେ, ହିନ୍ଦୁମାନଙ୍କ ପାଇଁ ଭାରତରେ ମୁସଲିମ୍‌ମାନେ ଖୁସି ଅଛନ୍ତି। ବିଶ୍ୱରେ ମୁସଲିମ୍‌ମାନେ ଭାରତରେ ହିଁ ସବୁଠାରୁ ଅଧିକ ଖୁସି ବୋଲି ସେ କହିଥିଲେ।
ଏକ ଟ୍ୱିଟ୍‌ରେ ସେ କହିଥିଲେ, ମୋହନ ଭାଗବତ ଭାରତର ଇତିହାସ ଲିଭାଇ ଦେଇପାରିବେନି। ସେ ଆହୁରି ମଧ୍ୟ କହିଥିଲେ, ହିନ୍ଦୁତ୍ୱ ମୁସଲିମ୍‌ ସଂସ୍କୃତି ଏବଂ ବିଶ୍ୱାସକୁ କେବେ ମଧ୍ୟ ପ୍ରଭାବିତ କରିପାରିନାହିଁ।

ଭାଗବତ ଭାରତୀୟ ମୁସଲିମ୍‌ ଏବଂ ବିଦେଶୀ ମୁସଲିମ୍‌ଙ୍କୁ ତୁଳନା କରିବାକୁ ନେଇ ସେ ଅନ୍ୟ ଏକ ଟ୍ୱିଟ୍‌ରେ ସମାଲୋଚନା କରିଥିଲେ। ସେ କହିଥିଲେ, ହିନ୍ଦୁରାଷ୍ଟ୍ର ହିନ୍ଦୁ ପ୍ରଧାନ ସହ ସମାନ ନଥିଲା। ସେ ଆହୁରି ମଧ୍ୟ କହିଥିଲେ, “ଭାଗବତ ଆମକୁ ବିଦେଶୀ ମୁସଲିମ୍‌ଙ୍କ ସହ ଯୋଡ଼ିବାପାଇଁ ଯେତେ ଚେଷ୍ଟା କଲେ ବି ମୋ ଭାରତୀୟତା ହ୍ରାସ କରିପାରିବେନି। ହିନ୍ଦୁ ରାଷ୍ଟ୍ର ହିନ୍ଦୁ ପ୍ରଧାନ ହେବା ଆମକୁ ଗ୍ରହଣୀୟ ନୁହେଁ। ଆମେ ଖୁସି ଅଛୁ କି ନା ସମ୍ବିଧାନ ଚିନ୍ତା କରିବ, ସଂଖ୍ୟା ଗରିଷ୍ଠ ଲୋକଙ୍କ ଉଦାରତା ନୁହେଁ।”

ସୂଚନାଯୋଗ୍ୟ ଯେ, ଭାଗବତ ଓଡ଼ିଶା ଗସ୍ତର ପ୍ରଥମ ଦିନରେ କିଛି ବିଶିଷ୍ଟ ନାଗରିକମାନଙ୍କୁ ଗତକାଲି ସମ୍ବୋଧନ କରିଥିଲେ। ସେ ସେଠାରେ କହିଥିଲେ, ହିନ୍ଦୁ ଏକ ଭାଷାର ନାମ ନୁହେଁ, ରାଜ୍ୟ ବା ଦେଶ ନୁହେଁ। ଏହା ଏକ ସଂସ୍କୃତି, ଯାହାକି ଭାରତରେ ବସବାସ କରୁଥିବା ପ୍ରତି ଲୋକଙ୍କୁ ଉତ୍ତରାଧିକାର ସୂତ୍ରରେ ମିଳିଥାଏ। ସେ ଆହୁରି ମଧ୍ୟ କହିଥିଲେ ବାହାରୁ ଇହୁଦୀ ଏବଂ ପାର୍ସୀମାନେ ଭାରତକୁ ସୁରକ୍ଷିତ ମନେ କରି ଏଠାକୁ ଆସିଛନ୍ତି। ବହୁ ଲୋକ ସତ୍ୟ ସନ୍ଧାନରେ ଆସିଛନ୍ତି। ହିନ୍ଦୁମାନଙ୍କ ପାଇଁ ମୁସଲିମ୍‌ମାନେ ଭାରତରେ ସବୁଠାରୁ ଅଧିକ ଖୁସିରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos