ମହିଳା ପ୍ରଫେସରଙ୍କ ସହ ଅସଦାଚରଣ, ବିରୋଧ କରିବାରୁ ଫୋନ ଛଡାଇନେଲେ ଦୁର୍ବୃତ୍ତ

ନୁଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ଜଣେ ୩୨ ବର୍ଷୀୟ ମହିଳାଙ୍କ ସହ ଅସଦାଚରଣ କରାଯାଛି। ପୀଡିତା ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କ ଫୋନ ଛଡାଇ ନେଇଛନ୍ତି। ଘଟଣାଟି ଘଟିଛି ଦିଲ୍ଲୀର କନୌଡ୍‌ ପ୍ୟାଲେସ୍‌ ଅଞ୍ଚଳରେ। ସୂଚନା ଅନୁଯାୟୀ ମହିଳା ଜଣକ ଏକ ବେସରକାରୀ ଅନୁଷ୍ଠାନରେ ପ୍ରଫେସର ଭାବେ କାର୍ଯ୍ୟରତ।  ନଭେମ୍ୱର ୨୦ ତାରିଖ  ସକାଳେ ସେ ନିଜ ଅଫିସ୍‌ ଛାତକୁ ଯାଇ ଫୋନ୍‌ରେ କଥା ହେଉଥିଲେ। ସେହି ସମୟରେ ମୁହଁରେ ମୁଖା ପିନ୍ଧି […]

students

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 01:20 PM IST

ନୁଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ଜଣେ ୩୨ ବର୍ଷୀୟ ମହିଳାଙ୍କ ସହ ଅସଦାଚରଣ କରାଯାଛି। ପୀଡିତା ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କ ଫୋନ ଛଡାଇ ନେଇଛନ୍ତି। ଘଟଣାଟି ଘଟିଛି ଦିଲ୍ଲୀର କନୌଡ୍‌ ପ୍ୟାଲେସ୍‌ ଅଞ୍ଚଳରେ।

ସୂଚନା ଅନୁଯାୟୀ ମହିଳା ଜଣକ ଏକ ବେସରକାରୀ ଅନୁଷ୍ଠାନରେ ପ୍ରଫେସର ଭାବେ କାର୍ଯ୍ୟରତ।  ନଭେମ୍ୱର ୨୦ ତାରିଖ  ସକାଳେ ସେ ନିଜ ଅଫିସ୍‌ ଛାତକୁ ଯାଇ ଫୋନ୍‌ରେ କଥା ହେଉଥିଲେ। ସେହି ସମୟରେ ମୁହଁରେ ମୁଖା ପିନ୍ଧି ଜଣେ ଯୁବକ ଆସି ତାଙ୍କୁ ଅଶ୍ଚିଳ ଇଙ୍ଗିତ କରିବାକୁ ଲାଗିଲା । ଏହା ପରେ ପାଖକୁ ଆସି ଅସଦାଚଣ କରିବାକୁ ଲଗିଥିଲ। ମହିଳା ଜଣଙ୍କ ସେଠାରୁ ଖସିବାକୁ ଚେଷ୍ଟା କରିବା ସତ୍ତ୍ୱେ ଯୁବକ ବାଟ ଛାଡି ନ ଥିଲା। ଶେଷରେ ମହିଳା ଜଣଙ୍କ ଚିତ୍କାର କରିବାରୁ ଦୁର୍ବୁତ୍ତ ତାଙ୍କ ହାତରୁ ମୋବାଇଲ ଫୋନ୍‌ ଛଡାଇ ଫେରାର ହୋଇଯାଇଥିଲେ । ଚିତ୍କାର ଶୁଣି ଅଫିସ୍‌ରେ ଥିବା ସହକର୍ମୀ ମହିଳାଙ୍କ ପାଖକୁ ଆସିବା ବେଳକୁ ଦୁର୍ବୁତ୍ତଜଣଙ୍କ ଖସିଯାଇଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ରେ  ଦୁର୍ବୁତ୍ତ ମହିଳା ପଛରେ ଆସିଥିବାର ଦୃଶ୍ୟ ରେକର୍ଡ ହୋଇଛି। ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

Related story