ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଘାତକ ସାଜିଲା କରୋନା!

ନୂଆଦିଲ୍ଲୀ: ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଥିବା ଆକଳନ କରାଯାଉଛି। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ […]

corona-2

Subhransu Sekhar
  • Published: Saturday, 22 February 2020
  • , Updated: 22 February 2020, 05:37 PM IST

ନୂଆଦିଲ୍ଲୀ: ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଥିବା ଆକଳନ କରାଯାଉଛି। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ ଅଧିକ ଲୋକ ଚିକିତ୍ସାଧୀନ ରହିଛନ୍ତି।

ଡେଲିମେଲ୍ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ ଉହାନ ସହର ପାଖରେ ରହିଛି ଚୋଗାକିଙ୍ଗ। କିଛି ଦିନ ହେବ ଏହି ଜାଗାରେ ଥିବା ୧୩୫ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଛି। ମୃତ ଜୀବଜନ୍ତୁଙ୍କ ମଧ୍ୟରେ କୁଆ, ଜଙ୍ଗଲି ଜୀବଜନ୍ତୁ ରହିଛନ୍ତି। କରୋନା ଭାଇରସ ପାଇଁ ଏହି ସ୍ଥାନରେ କୀଟନାଶକ ସ୍ପ୍ରେ କରାଯାଇଛି। କୀଟନାଶକର ମାତ୍ରା ଅଧିକ ରହିଥିବାରୁ ଏହି ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

Related story