୨ହଜାରରୁ ଅଧିକ ଆଇପିଏସଙ୍କ ଦକ୍ଷତା ଓ ନିଷ୍ଠାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଏବେ ଗୃହ ମନ୍ତ୍ରଣାଳୟର ଟାର୍ଗେଟରେ ଅଛନ୍ତି କେତେଜଣ ଆଇପିଏସ ଅଫିସର। ପାଖାପାଖି ହଜାରେରୁ ଅଧିକ ଆଇପିଏସ ଅଫିସରଙ୍କ କାର୍ଯ୍ୟଧାରାରେ ଗୃହ ମନ୍ତ୍ରଣାଳୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ନିକଟରେ ଦେଶର ସମସ୍ତ ଆଇପିଏସ ଅଫିସରଙ୍କ କାର୍ଯ୍ୟଧାରା ଉପରେ ସମୀକ୍ଷା ହୋଇଥିଲା। ଯେଉଁଥିରେ ସମ୍ପୃକ୍ତ ଆଇପିଏସ ଅଫିସରଙ୍କ ଦକ୍ଷତା ଓ ନିଷ୍ଠା ଉପରେ ଗୃହ ମନ୍ତ୍ରଣାଳୟ ପ୍ରଶ୍ନବାଚୀ ଲଗାଇଛି।   ତିନି ବର୍ଷ ମଧ୍ୟରେ ପାଖାପାଖି ୨ ହଜାରରୁ ଅଧିକ ଆଇପିଏସ ଅଫିସରଙ୍କ ଦକ୍ଷତାକୁ ନେଇ ଗୃହ ମନ୍ତ୍ରଣାଳୟ […]

IPS-reshuffle-750x430

Subhransu Sekhar
  • Published: Friday, 10 May 2019
  • , Updated: 10 May 2019, 04:46 PM IST
ନୂଆଦିଲ୍ଲୀ: ଏବେ ଗୃହ ମନ୍ତ୍ରଣାଳୟର ଟାର୍ଗେଟରେ ଅଛନ୍ତି କେତେଜଣ ଆଇପିଏସ ଅଫିସର। ପାଖାପାଖି ହଜାରେରୁ ଅଧିକ ଆଇପିଏସ ଅଫିସରଙ୍କ କାର୍ଯ୍ୟଧାରାରେ ଗୃହ ମନ୍ତ୍ରଣାଳୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ନିକଟରେ ଦେଶର ସମସ୍ତ ଆଇପିଏସ ଅଫିସରଙ୍କ କାର୍ଯ୍ୟଧାରା ଉପରେ ସମୀକ୍ଷା ହୋଇଥିଲା। ଯେଉଁଥିରେ ସମ୍ପୃକ୍ତ ଆଇପିଏସ ଅଫିସରଙ୍କ ଦକ୍ଷତା ଓ ନିଷ୍ଠା ଉପରେ ଗୃହ ମନ୍ତ୍ରଣାଳୟ ପ୍ରଶ୍ନବାଚୀ ଲଗାଇଛି।
 
ତିନି ବର୍ଷ ମଧ୍ୟରେ ପାଖାପାଖି ୨ ହଜାରରୁ ଅଧିକ ଆଇପିଏସ ଅଫିସରଙ୍କ ଦକ୍ଷତାକୁ ନେଇ ଗୃହ ମନ୍ତ୍ରଣାଳୟ ଅସନ୍ତୋଷ ପ୍ରକାଶ କରିଛି। ଏମାନଙ୍କ ଭିତରୁ ୧୦ ଜଣ ଆଗୁଆ ଅବସର ନେଇଯାଇଥିବା ଜଣାପଡ଼଼ିଛି।
 
ସୂଚନା ଅନୁଯାୟୀ ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଆଇଏଏସ, ଆଇପିଏସ ଅଫିସରଙ୍କ କାର୍ଯ୍ୟର ସମୀକ୍ଷା କରିଥାନ୍ତି। ଗୃହ ମନ୍ତ୍ରଣାଳର ରିପୋର୍ଟ ଅନୁଯାୟୀ ଦେଶରେ ଏବେ ୩,୯୭୨ ଜଣ ଆଇପିଏସ ଅଫିସର କାର୍ଯ୍ୟ କରୁଥିବା ବେଳେ ମୋଟ ପଦବୀ ସଂଖ୍ୟା ୪,୯୪୦ ରହିଛି। 
 
ମୋଦି ସରକାର ଆସିବା ପରେ ଆଇପିଏସ ଓ ଆଇଏଏସ ଅଫିସରଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା କରାଯାଉଥିବା ଜଣାପଡ଼ିଛି।

Related story