ଦୁନିଆର ସବୁଠୁ ଦାମୀ ବ୍ୟାଗ୍: ଜାଣିଛନ୍ତି କି ଦାମ୍‌ କେତେ?

ଲଣ୍ଡନରେ ଏବେ ଏକ ଭ୍ୟାନିଟି ବ୍ୟାଗ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିଲାମ ବେଳେ ସର୍ବାଧିକ ମୂଲ୍ୟରେ ବ୍ୟାଗ୍‌ଟି ବିକ୍ରିହେବାରୁ ଏକ ନୂଆ ରେକର୍ଡ଼ ହୋଇଛି। ୧୮ କ୍ୟାରେଟ୍ ହ୍ୱାଇଟ୍‌ ଗୋଲ୍ଡ  ଓ ହୀରା ଲାଗିଥିବା ୨୦୦୮ହିମାଲୟା ବର୍କିନ୍ ବ୍ୟାଗ୍‌ର ଦାମ୍‌ ମଙ୍ଗଳବାର ବଢ଼ି ୧୦୦,୦୦୦-୧୫୦,୦୦୦ ପାଉଣ୍ଡ ହୋଇଯାଇଥିଲା।ଏହା ପୂର୍ବରୁ ସବୁଠୁ ଦାମୀ ବ୍ୟାଗ୍‌ ବିକ୍ରିର ରେକର୍ଡ ମଧ୍ୟ ହ୍ୟାମର୍ସ ବର୍କିନ ନାଁରେ ହିଁ ଥିଲା। ୨୦୧୭ରେ ହଂକଂରେ ଏହି କମ୍ପାନୀର ବ୍ୟାଗ ୩୮୦,୦୦୦ ଡଲାରରେ ବିକ୍ରି […]

sona

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 05:58 PM IST

ଲଣ୍ଡନରେ ଏବେ ଏକ ଭ୍ୟାନିଟି ବ୍ୟାଗ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିଲାମ ବେଳେ ସର୍ବାଧିକ ମୂଲ୍ୟରେ ବ୍ୟାଗ୍‌ଟି ବିକ୍ରିହେବାରୁ ଏକ ନୂଆ ରେକର୍ଡ଼ ହୋଇଛି।

୧୮ କ୍ୟାରେଟ୍ ହ୍ୱାଇଟ୍‌ ଗୋଲ୍ଡ  ଓ ହୀରା ଲାଗିଥିବା ୨୦୦୮ହିମାଲୟା ବର୍କିନ୍ ବ୍ୟାଗ୍‌ର ଦାମ୍‌ ମଙ୍ଗଳବାର ବଢ଼ି ୧୦୦,୦୦୦-୧୫୦,୦୦୦ ପାଉଣ୍ଡ ହୋଇଯାଇଥିଲା।ଏହା ପୂର୍ବରୁ ସବୁଠୁ ଦାମୀ ବ୍ୟାଗ୍‌ ବିକ୍ରିର ରେକର୍ଡ ମଧ୍ୟ ହ୍ୟାମର୍ସ ବର୍କିନ ନାଁରେ ହିଁ ଥିଲା। ୨୦୧୭ରେ ହଂକଂରେ ଏହି କମ୍ପାନୀର ବ୍ୟାଗ ୩୮୦,୦୦୦ ଡଲାରରେ ବିକ୍ରି ହୋଇଥିଲା। ନିଲାମି ନିର୍ଦ୍ଦେଶକ ମାଥ୍ୟୁ ରବିନଗର କହିଥିଲେ ଯେ ପ୍ରଥମଥର ପାଇଁ ୟୁରୋପରେ ଏମିତି ବ୍ୟାଗର ନିଲମ ହେଉଛି। ଏହି ବ୍ୟାଗ ୩୦ ସେଣ୍ଟିମିଟର ଚଉଡ଼ା ଓ ଅସଲି ବାର୍କିନ୍‌ ବ୍ୟାଗରୁ ସାନ। କିମ୍‌ କାର୍ଦରିଆଂ, ଭିକ୍ଟୋରିଆ ବେହେକମ୍‌ ସହ ଅନେକ ନାମୀ ହସ୍ତୀମାନେ ହିମାଲୟାର ଏହି ଦୁର୍ଲଭ ବ୍ୟାଗ ବ୍ୟବହାର କରିଥିବା ଦେଖାଯାଇଛି।

ନୂଆ ବାର୍କିନ ବ୍ୟାଗର ମୂଲ୍ୟ ପାଖାପାଖି ୬ ଲକ୍ଷ ୩୦ ହଜାର ଟଙ୍କାରୁ ଆରମ୍ଭ। କିନ୍ତୁ ଏହାକୁ କିଣିବା ପାଇଁ ଗ୍ରାହକମାନଙ୍କୁ ୱେଟିଂ ଲିଷ୍ଟରେ ରହିବାକୁ ପଡ଼େ। ଫ୍ରାନ୍ସର ଲଗ୍‌ଜରୀ ହାଉସ୍ ୧୯୮୧ ମସିହାରେ ଏକ ବ୍ୟାଗ୍‌ର ଡିଜାଇନ୍ କରିଥିଲେ। ଏହାର ନାଁ ‘ବାର୍କିନ୍‌’ ଦିଆଯାଇଥିଲା।  ଏହି ନାଁ ହଲିଉଡ ଅଭିନେତ୍ରୀ ତଥା ଗାୟିକା ବର୍କିନଙ୍କ ନାଁରେ ରଖାଯାଇଥିଲା। ସମୟକ୍ରମେ ଏହି ବ୍ୟାଗଟି ସାରା ଦୁନିଆରେ ଖୁବ୍ ଲୋକପ୍ରିୟ ହୋଇଯାଇଥିଲା।

Related story