ଲକଡାଉନ ପରେ ଚାକିରି ଉପରେ ଭରସା ରଖିଛନ୍ତି ଭାରତୀୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିବାରୁ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଅନେକ ସ୍ଥାନରେ କମ୍ପାନୀ ଏବଂ ସଂସ୍ଥା କର୍ମଚାରୀ ଛଟେଇ କରୁଛନ୍ତି। ଏବେ ଚାକିରି ପାଇବା କଷ୍ଟକର। ତେବେ ସହରାଞ୍ଚଳରେ ରହୁଥିବା ଲୋକମାନେ ଆଶା ରଖିଛନ୍ତି, ଲକଡାଉନ୍ ପରବର୍ତ୍ତୀ (ସମସ୍ତ କଟକଣା ହଟିବା ପରେ) ସମୟରେ ପୁଣିଥରେ ଚାକିରି ମିଳିବ। ଆଇପିସସ (IPSOS) ଦ୍ୱାରା ହୋଇଥିବା ସର୍ଭେରେ ଏହା ଜଣାପଡ଼ିଛି। ଆଇପିସସ ଏକ ବିବୃତି ଜାରି କରି କହିଛି, ଚାକିରିକୁ ନେଇ ସାରା […]

JOB SEEKER

Subhransu Sekhar
  • Published: Sunday, 07 June 2020
  • , Updated: 07 June 2020, 08:11 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିବାରୁ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଅନେକ ସ୍ଥାନରେ କମ୍ପାନୀ ଏବଂ ସଂସ୍ଥା କର୍ମଚାରୀ ଛଟେଇ କରୁଛନ୍ତି। ଏବେ ଚାକିରି ପାଇବା କଷ୍ଟକର। ତେବେ ସହରାଞ୍ଚଳରେ ରହୁଥିବା ଲୋକମାନେ ଆଶା ରଖିଛନ୍ତି, ଲକଡାଉନ୍ ପରବର୍ତ୍ତୀ (ସମସ୍ତ କଟକଣା ହଟିବା ପରେ) ସମୟରେ ପୁଣିଥରେ ଚାକିରି ମିଳିବ। ଆଇପିସସ (IPSOS) ଦ୍ୱାରା ହୋଇଥିବା ସର୍ଭେରେ ଏହା ଜଣାପଡ଼ିଛି।

ଆଇପିସସ ଏକ ବିବୃତି ଜାରି କରି କହିଛି, ଚାକିରିକୁ ନେଇ ସାରା ବିଶ୍ୱରେ ତାଙ୍କ ସଂସ୍ଥା ସର୍ଭେ କରିଛି। ହେଲେ ଭାରତୀୟମାନେ ଲକଡାଉନ ପରବର୍ତ୍ତୀ ପର୍ଯ୍ୟାୟରେ ଚାକିରି ପାଇବେ ବୋଲି ଆଶା ରଖିଥିବା ଜଣାପଡ଼ିଛି। ସହାରାଞ୍ଚଳରେ ରହୁଥିବା ୭୩ ପ୍ରତିଶତ ଏଭଳି ମତ ରଖିଛନ୍ତି। ହେଲେ ଅଷ୍ଟ୍ରେଲିଆ, ଆମେରିକା ଏବଂ ବ୍ରାଜିଲର ଲୋକମାନେ ଏହାକୁ ନେଇ ସଠିକ୍ ମତ ରଖିନାହାନ୍ତି।

ତେବେ ଫ୍ରାନ୍ସର ୬୯ ପ୍ରତିଶତ, ସ୍ପେନର ୬୨ ପ୍ରତିଶତ, ଦକ୍ଷିଣ କୋରିଆ ଏବଂ ଦକ୍ଷିଣ ଆଫ୍ରିକାର ୬୧ ପ୍ରତିଶତ ମତ ରଖିଛନ୍ତି ଲକଡାଉନର ପରବର୍ତ୍ତୀ ସମୟରେ ପୁଣିଥରେ ଚାକିରି ମିଳିବ।

Related story