ସହିଦଙ୍କ ପରିବାରକୁ କୋଟିଏ ଟଙ୍କାର ସହାୟତା ଦେବେ ମଧ୍ୟପ୍ରଦେଶ ସରକାର

ଭୋପାଲ: ଗୁରୁବାର ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ସିଆରପିଏଫ୍‌ ଯବାନଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଓ ସହଯୋଗ ମିଳୁଥିବାବେଳେ ବିଭିନ୍ନ ରାଜ୍ୟର ସକକାର ସାହିଦମାନଙ୍କ ପରିବାରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶର ଯବାନ ଅଶ୍ୱିନୀ କୁମାର କାଛୀଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଥିଲେ, “ପୁଲ୍‌ୱାମା ଆକ୍ରମଣରେ ଜବଲପୁରର ସହିଦ […]

kaml-nath

Subrat Kumar Nayak
  • Published: Saturday, 16 February 2019
  • , Updated: 16 February 2019, 07:51 PM IST

ଭୋପାଲ: ଗୁରୁବାର ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ସିଆରପିଏଫ୍‌ ଯବାନଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଓ ସହଯୋଗ ମିଳୁଥିବାବେଳେ ବିଭିନ୍ନ ରାଜ୍ୟର ସକକାର ସାହିଦମାନଙ୍କ ପରିବାରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶର ଯବାନ ଅଶ୍ୱିନୀ କୁମାର କାଛୀଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଥିଲେ, “ପୁଲ୍‌ୱାମା ଆକ୍ରମଣରେ ଜବଲପୁରର ସହିଦ ଯବାନ ଅଶ୍ୱିନୀ କୁମାର କାଛୀଙ୍କ ବଳିଦାନକୁ ପ୍ରଣାମ ଜଣାଉଛି। ସହିଦଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା, ଏକ ବାସଗୃହ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ। ଏହି ଦୁଃଖଦ ସ୍ଥିତିରେ ଆମେ ତାଙ୍କ ସାଥୀରେ ଅଛୁ।”

Related story