ବିଜେପିରେ ମିଶିଲେ ୯ ବିଧାୟକ ଓ ଜଣେ ସାଂସଦ, ଟିଏମସରୁ ଅଛନ୍ତି ୬ ଜଣ

କୋଲକାତା: ବିଜେପିର ମିଶନ ପଶ୍ଚିମବଙ୍ଗକୁ ଆହୁରି ଶକ୍ତି ମିଳିଛି। ଆଜି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଜଣେ ଟିଏମସି ସାଂସଦଙ୍କ ସହ ୯ ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ଏହି ୧୦ ଜଣ ନେତାଙ୍କ ମଧ୍ୟରୁ ୬ ଜଣ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସଦସ୍ୟ। ଟିଏମସି ସାଂସଦ ସୁନୀଲ ମଣ୍ଡଳ, ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଉ ୪ ଜଣ ବିଧାୟକ ଆଜି ପଦ୍ମ ଧରିଛନ୍ତି। ସେହିପରି ସିପିଏମର ତାପସୀ […]

a

Hemant Lenka
  • Published: Saturday, 19 December 2020
  • , Updated: 19 December 2020, 03:32 PM IST

କୋଲକାତା: ବିଜେପିର ମିଶନ ପଶ୍ଚିମବଙ୍ଗକୁ ଆହୁରି ଶକ୍ତି ମିଳିଛି। ଆଜି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଜଣେ ଟିଏମସି ସାଂସଦଙ୍କ ସହ ୯ ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ଏହି ୧୦ ଜଣ ନେତାଙ୍କ ମଧ୍ୟରୁ ୬ ଜଣ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସଦସ୍ୟ।

ଟିଏମସି ସାଂସଦ ସୁନୀଲ ମଣ୍ଡଳ, ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଉ ୪ ଜଣ ବିଧାୟକ ଆଜି ପଦ୍ମ ଧରିଛନ୍ତି। ସେହିପରି ସିପିଏମର ତାପସୀ ମଣ୍ଡଳ ମଧ୍ୟ ଆଜି ଶାହଙ୍କ ଉପସ୍ଥିତରେ ବିଜେପିରେ ମିଶିଛନ୍ତି। ଏ ସମ୍ପର୍କରେ ବିଧାୟକ ତାପସୀ ଗତକାଲି ଘୋଷଣା କରିଥିଲେ। ବିଜେପିରେ ମିଶିଥିବା ଅନ୍ୟ ବିଧାୟକମାନେ ହେଲେ ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସୈକତ ପଞ୍ଜା, ଶିଲଭଦ୍ରା ଦତ୍ତ, ଦୀପାଲି ବିଶ୍ୱାସ, ସୁକ୍ରା ମୁଣ୍ଡା, ଶ୍ୟାମପଦ ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଓ ବନସାରୀ ମୈତି।

ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସ୍‌ରେ ବିଦ୍ରୋହ ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ଟିଏମସି ବିଧାୟକ ଦଳ ଛାଡ଼ି ବିଜେପି ମୁହାଁ ହେବା ମମତାଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ପ୍ରଥମେ ଦଳରୁ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇଥିଲେ।

ସେ ମମତାଙ୍କ ପରେ ଟିଏମସିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିଲେ। ହେଲେ ସେ ଦଳକୁ ବାଏବାଏ କହିବାରୁ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଓ ନେତା ଟିଏମସି ଛାଡ଼ିବାର ଆରମ୍ଭ କରିଥିଲେ।

ଆଜିଠାରୁ ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଶାହ ମେଦିନାପୁର କଲେଜ ପଡ଼ିଆରେ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଏହି ସମୟରେ ଟିଏମସି ଓ ଅନ୍ୟାନ୍ୟ ଦଳ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି।

Related story