ଧୋନି ଝାଡ଼ଖଣ୍ଡର ସର୍ବାଧିକ ଟିକସଦାତା: ଜାଣନ୍ତୁ କେତେ ଟଙ୍କା ଦେଇଛନ୍ତି

ରାଞ୍ଚି: ଭାରତୀୟ କ୍ରିକେଟର ତଥା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଝାଡ଼ଖଣ୍ଡରେ ସର୍ବାଧିକ ଟିକସ୍‌ଦାତା ହୋଇଛନ୍ତି। ସେ ୨୦୧୭-୧୮ରେ ୧୨.୧୭ କୋଟି ଟଙ୍କା ଟିକସ ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଧୋନି ଅଧିକ ୧.୨୪ କୋଟି ଟଙ୍କା ଦେଇଛନ୍ତି। ଅର୍ଥାତ ଧୋନିଙ୍କ ଆୟ ବଢ଼ିଛି ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଧୋନି ୨୦୧୬-୧୭ ଆର୍ଥିକ ବର୍ଷରେ ୧୦.୯୩ କୋଟି ଟଙ୍କା ଟିକସ୍‌ ଦେଇଥିଲେ। କିନ୍ତୁ ସେ ସର୍ବାଧିକ ଟିକସଦାତା […]

dc-Cover-ct636k2ca41rd8v67i9fb31gs1-20180722005253.Medi

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 08:27 PM IST

ରାଞ୍ଚି: ଭାରତୀୟ କ୍ରିକେଟର ତଥା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଝାଡ଼ଖଣ୍ଡରେ ସର୍ବାଧିକ ଟିକସ୍‌ଦାତା ହୋଇଛନ୍ତି। ସେ ୨୦୧୭-୧୮ରେ ୧୨.୧୭ କୋଟି ଟଙ୍କା ଟିକସ ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଧୋନି ଅଧିକ ୧.୨୪ କୋଟି ଟଙ୍କା ଦେଇଛନ୍ତି। ଅର୍ଥାତ ଧୋନିଙ୍କ ଆୟ ବଢ଼ିଛି ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଧୋନି ୨୦୧୬-୧୭ ଆର୍ଥିକ ବର୍ଷରେ ୧୦.୯୩ କୋଟି ଟଙ୍କା ଟିକସ୍‌ ଦେଇଥିଲେ। କିନ୍ତୁ ସେ ସର୍ବାଧିକ ଟିକସଦାତା ହୋଇ ନଥିଲେ। ତେବେ ଅଧିକାରୀ ଜଣଙ୍କ ୨୦୧୬-୧୭ରେ କିଏ ସର୍ବାଧିକ ଟିକସଦାତା ଥିଲେ, ତାଙ୍କ ନାଁ କହିବାକୁ ମନା କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ରେ ଧୋନି ଭଲ ବ୍ୟାଟିଂ କରି ନଥିବାରୁ, ତାକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ସେ ୩ଟି ଟି-୨୦ରେ ମାତ୍ର ୩୨ ରନ୍‌ ଓ ସମାନ ସଂଖ୍ୟକ ଦିନିକିଆରେ ମାତ୍ର ୭୯ ରନ୍‌ କରିଥିଲେ। ଧୋନିଙ୍କ ଧିମା ବ୍ୟାଟିଂ ପାଇଁ ଭାରତ ଇଂଲଣ୍ଡଠାରୁ ୨-୧ରେ ଦିନିକିଆ ସିରିଜ୍‌ ହାରିଥିଲା ବୋଲି କିଛି ସମାଲୋଚକ କହିଥିଲେ।  ମ୍ୟାଚ୍‌ ଶେଷରେ ଧୋନି ଅମ୍ପାୟରଙ୍କଠାରୁ ବଲ୍‌ ମାଗି ରଖିବାରୁ ସେ ଅବସର ନେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।

Related story