ମୁଁ ଆଦିତ୍ୟଙ୍କ ଉପରକୁ ଗୁଳି ଚଳାଇନାହିଁ : ରକି ୟାଦବ

ପାଟନା: ବିହାରର ଗୟାରେ ବିଧାୟକ ମନୋରମା ଦେବୀଙ୍କ ପୁଅ ରକି ୟାଦବ ଜଣେ ବ୍ୟବସାୟୀଙ୍କ ପୁଅ ଆଦିତ୍ୟକୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରକି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି ବୋଲି ପୋଲିସ୍ କହୁଥିବା ବେଳେ ରକି କହିଛନ୍ତି, “ମୁଁ ଆଦିତ୍ୟଙ୍କ ଉପରକୁ ଗୁଳି ଚଳାଇନାହିଁ।  ଏହି ଘଟଣା ଘଟିବା ବେଳେ ମୁଁ ଦିଲ୍ଲୀରେ ଥିଲି।” ଗୟା ଏସପି ଗାରିମା ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କହିଛନ୍ତି, “ରକି ଯାଦବ […]

rocky-5

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 09:16 AM IST

ପାଟନା: ବିହାରର ଗୟାରେ ବିଧାୟକ ମନୋରମା ଦେବୀଙ୍କ ପୁଅ ରକି ୟାଦବ ଜଣେ ବ୍ୟବସାୟୀଙ୍କ ପୁଅ ଆଦିତ୍ୟକୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରକି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି ବୋଲି ପୋଲିସ୍ କହୁଥିବା ବେଳେ ରକି କହିଛନ୍ତି, “ମୁଁ ଆଦିତ୍ୟଙ୍କ ଉପରକୁ ଗୁଳି ଚଳାଇନାହିଁ।  ଏହି ଘଟଣା ଘଟିବା ବେଳେ ମୁଁ ଦିଲ୍ଲୀରେ ଥିଲି।”

ଗୟା ଏସପି ଗାରିମା ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କହିଛନ୍ତି, “ରକି ଯାଦବ ନିଜ ଭୁଲ ସ୍ୱୀକାର କରିଛନ୍ତି। ଆଦିତ୍ୟଙ୍କୁ ହତ୍ୟା କରିବା ଘଟଣାରେ ରକିକୁ ଗତକାଲି ଗୟାସ୍ଥିତ ଏକ ଫ୍ଳାଟରୁ ଗିରଫ କରାଯାଇଥିଲା।”

ସୂଚନାଯୋଗ୍ୟ, ଶନିବାର ରାତିରେ ସ୍ୱିଫଟ୍ କାରରେ ଯାଉଥିବା ଆଦିତ୍ୟ ସଚଦେବ ବିଧାୟକ ମନୋରମା  ଦେବୀଙ୍କ ପୁଅ ରକିଙ୍କ ଏସ୍‌ୟୁଭିକୁ ଅତିକ୍ରମ କରିଯିବାରୁ ଏଥିରେ ସେ ଉତକ୍ଷିପ୍ତ ହୋଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆଦ୍ୟିତଙ୍କ ମୃତ୍ୟୁ ହୋଇଥିଲା। ରକି  ଫେରାର ହୋଇଯାଇଥିଲେ।

Related story