ଟିଭିରୁ କରିପାରିବେ ଭିଡିଓ କଲିଂ

ନୂଆଦିଲ୍ଲୀ: ରିଲାଏନସ୍‌ ଟେଲିକମ୍‌ର ପ୍ରତିଷ୍ଠାତା ମୁକେଶ ଅମ୍ବାନୀ କମ୍ପାନୀର ୪୧ତମ ସାଧାରଣ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି। ଗତ ବର୍ଷ କମ୍ପାନୀ ଜିଓ ଫୋନ୍‌ ଲଞ୍ଚ୍‌ କରିଥିଲା। ଏବେ ଏହି ଫୋନ୍‌ରେ କିଛି ପରିବର୍ତ୍ତନ କରାଯାଇଛି। ଏହାର ଏକ ନୂଆ ଭେରିଏଣ୍ଟ ଲଞ୍ଚ କରାଯାଇଛି। ଜିଓ ଫୋନ୍‌ରେ ପରିବର୍ତ୍ତନ ଜିଓ ଫୋନ୍‌ରେ ଏବେ ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଏବଂ ହ୍ୱାଟସ୍‌ଆପ୍‌ ମଧ୍ୟ ଚାଲିବ। ଜିଓ ଫୋନ୍‌-୨ କମ୍ପାନୀ ଜିଓ ଫୋନ୍‌-୨ର ଘୋଷଣା କରିଛନ୍ତି। ଏହା ଅଗଷ୍ଟ ୧୫ରୁ […]

telyhd-550x366

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 02:10 PM IST

ନୂଆଦିଲ୍ଲୀ: ରିଲାଏନସ୍‌ ଟେଲିକମ୍‌ର ପ୍ରତିଷ୍ଠାତା ମୁକେଶ ଅମ୍ବାନୀ କମ୍ପାନୀର ୪୧ତମ ସାଧାରଣ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି। ଗତ ବର୍ଷ କମ୍ପାନୀ ଜିଓ ଫୋନ୍‌ ଲଞ୍ଚ୍‌ କରିଥିଲା। ଏବେ ଏହି ଫୋନ୍‌ରେ କିଛି ପରିବର୍ତ୍ତନ କରାଯାଇଛି। ଏହାର ଏକ ନୂଆ ଭେରିଏଣ୍ଟ ଲଞ୍ଚ କରାଯାଇଛି।

ଜିଓ ଫୋନ୍‌ରେ ପରିବର୍ତ୍ତନ

ଜିଓ ଫୋନ୍‌ରେ ଏବେ ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଏବଂ ହ୍ୱାଟସ୍‌ଆପ୍‌ ମଧ୍ୟ ଚାଲିବ।

ଜିଓ ଫୋନ୍‌-୨

କମ୍ପାନୀ ଜିଓ ଫୋନ୍‌-୨ର ଘୋଷଣା କରିଛନ୍ତି। ଏହା ଅଗଷ୍ଟ ୧୫ରୁ ବଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୨,୯୯୯ଟଙ୍କା ରଖାଯାଇଛି।

ପୁରୁଣା ଜିଓ ଫୋନ୍‌ ବ୍ୟବହାରକାରୀ ୫୦୦ଟଙ୍କା ଦେଇ ଜିଓ ଫୋନ୍‌ର ଅପଗ୍ରେଡ୍ କରାଇପାରିବେ।ଜିଓ ଗିଗାଫାଇବର

ଅଗଷ୍ଟ ୧୫ରୁ ବ୍ୟବହାରକାରୀ ଜିଓ ଗିଗାଫାଇବର ପାଇଁ ମଧ୍ୟ ରେଜିଷ୍ଟର କରାଯାଇପାରିବ। କମ୍ପାନୀର କହିବା ଅନୁଯାୟୀ ଜିଓ ଗିଗାଫାଇବର ମାଧ୍ୟମରେ ଭାରତକୁ ବିଶ୍ୱର ଟପ୍‌-୫ ଫିକ୍ସଡ୍‌ ଲାଇନ୍‌ ବ୍ରଡବ୍ୟାଣ୍ଡ ସୂଚୀରେ ସାମିଲ କରାଯିବ।

ସ୍ମାର୍ଟ ହୋମ୍‌, ସେଟ୍‌ଅପ୍‌ ବକ୍ସ
ସେଟ୍‌ଅପ୍‌ ବକ୍ସ ମାଧ୍ୟମରେ ଭିଡିଓ କଲିଂର ମଧ୍ୟ ସୁବିଧା କରାଯାଇଛି। ଏବେ ଜିଓ ଟିଭି ବ୍ୟବହାରକାରୀ ଅନ୍ୟ ଜଣେ ଜିଓ ଟିଭି ବ୍ୟବହାରକାରୀଙ୍କୁ ଭିଡିଓ କଲ୍‌ କରିପାରିବେ।

ଜିଓ ଗାଗା ସେଟ୍‌ଅପ୍‌ ବକ୍ସ
କମ୍ପାନୀର କହିବା ଅନୁଯାୟୀ ଜିଓ ଗିଗା ସେଟ୍‌ଅପ୍‌ ବକ୍ସ ଘରେ 4K ରିଜୋଲ୍ୟୁସନ୍‌ ଥିଏଟର ପରି ରହିବ। ଏଥିରେ ଭଏସ କମାଣ୍ଡର ସୁବିଧା ରହିବ। ଆପଣ ହିନ୍ଦୀରେ କମାଣ୍ଡ କରିପାରିବେ।

ମନ୍‌ସୁନ୍‌ ଅଫର୍‌

ମୁକେଶ ଅମ୍ବାନୀ ଜିଓ ଫୋନ୍‌-୨ର ଲଞ୍ଚ୍‌ ସହ ମନ୍‌ସୁନ୍‌ ହଙ୍ଗାମା ଅଫର  ଆଣିଛନ୍ତି। ଏହି ଅଫର ମାଧ୍ୟମରେ ଜିଓ ଫୋନ୍‌କୁ ୫୦୧ଟଙ୍କାରେ ଇଫେକ୍ଟିଭ୍ ଦାମ୍‌ରେ ଆପଣ କିଣିପାରିବେ।

Related story