ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୈନପୁରର ଲୋକସଭା ସାଂସଦ ଥିବା ମୁଲାୟମ ଗୁରୁବାର ରାତିରୁ ହିଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି, ସେ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ। ଏହାପୂର୍ବରୁ ମେ’ ମାସରେ ପେଟ ଜନିତ ସମସ୍ୟା […]

gh

Hemant Lenka
  • Published: Friday, 07 August 2020
  • , Updated: 07 August 2020, 07:30 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୈନପୁରର ଲୋକସଭା ସାଂସଦ ଥିବା ମୁଲାୟମ ଗୁରୁବାର ରାତିରୁ ହିଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି, ସେ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ।

ଏହାପୂର୍ବରୁ ମେ’ ମାସରେ ପେଟ ଜନିତ ସମସ୍ୟା ଯୋଗୁ ମୁଲାୟମ ସିଂହ ଯାଦବ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି ଗତ ମାସରେ ମଧ୍ୟ ତାଙ୍କୁ ରେଗୁଲାର ଚେକଅପ ପାଇଁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆଡମିଶନ ମଧ୍ୟ କରାଯାଇଥିଲା। ଏହାର କିଛି ଦିନ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

୧୯୯୩ରେ ମୁଲାୟମ ସିଂହ ଯାଦବ ସମାଜବାଦୀ ପାର୍ଟି ପ୍ରତିଷ୍ଠା କରିଥିଲେ। ସେ ପ୍ରଥମଥର ୧୯୮୯ରୁ ୧୯୯୧ ଯାଏ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ପୁଣିଥରେ ୧୯୯୩ରୁ ୧୯୯୫ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ଶେଷଥର ପାଇଁ ୨୦୦୩ରୁ ୨୦୦୭ ଯାଏ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପୁଅ ଅଖିଲେଶ ଯାଦବ ୨୦୧୨ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୩୯ରେ ଉତ୍ତର ପ୍ରଦେଶର ଇଟାୱାରେ ଜନ୍ମ ଗ୍ରହଣ କରିଥିବା ୮୧ ବର୍ଷୀୟ ମୁଲାୟମ ସିଂହ ଯାଦବ ୧୯୯୬ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Related story