ବିମାନବନ୍ଦରରେ ବୋମା ଧମକ ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ଧମକ ମିଳିବା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ୧୧ଟାରେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ରେ ବୋମା ରହିଥିବା  ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଲୋକଙ୍କୁ ତୁରନ୍ତ ସେଠାରୁ ଖାଲି କରାଯିବା ସହ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚଅପରେସନ୍‌ ଆରମ୍ଭ କରାଯାଇଥିଲା। ୧୧ଟାରେ ମିଳିଥିବା ଫୋନ୍‌ କଲ ଅନୁଯାୟୀ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇ ଏୟାରପୋର୍ଟରେ ବିସ୍ଫୋରଣ ହେବ। ଏହି ଖବର […]

rt

Hemant Lenka
  • Published: Saturday, 02 March 2019
  • , Updated: 02 March 2019, 04:58 PM IST

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ଧମକ ମିଳିବା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ୧୧ଟାରେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ରେ ବୋମା ରହିଥିବା  ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଲୋକଙ୍କୁ ତୁରନ୍ତ ସେଠାରୁ ଖାଲି କରାଯିବା ସହ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚଅପରେସନ୍‌ ଆରମ୍ଭ କରାଯାଇଥିଲା।

୧୧ଟାରେ ମିଳିଥିବା ଫୋନ୍‌ କଲ ଅନୁଯାୟୀ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇ ଏୟାରପୋର୍ଟରେ ବିସ୍ଫୋରଣ ହେବ। ଏହି ଖବର ପରେ ବୋମା ସ୍କ୍ୱାଡ୍‌ ମଧ୍ୟ ଘଟଣାର ସ୍ଥଳରେ ପହଞ୍ଚି ସର୍ଚ୍ଚ କରିଥିଲା। ତେବେ ଶେଷ ଖବର ସୁଦ୍ଧା ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Related story