ଭୟଙ୍କର ଅଗ୍ନିକାଣ୍ଡରେ ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାର ଚେମ୍ବୁର ଅଞ୍ଚଳର ଏକ ଆବାସିକ କୋଠାରେ ଭୟଙ୍କର କୌଣସି କାରଣରୁ ନିଆଁ ଲାଗିବାରୁ ଶେଷ ଖବର ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି। ସରଗମ୍‌ ସୋଶାଇଟିରେ ଏଭଳି ଦୁର୍ଘଟଣା ଘଟିଛି ଏବଂ ୩୫ତମ କୋଠାର ଏକାଦଶତମ ମହଲାରୁ ପ୍ରଥମେ ନିଆଁ ଲାଗିଥିବା ଜଣାଯାଇଛି। Another scary fire at Mumbai: 5 dead in Chembur highrise fire, several feared trap ..  Read more at:https://t.co/Yg5d5vBnbA@aartic02 @PreetiSMenon pic.twitter.com/8zChpdxhf4 — […]

fire

Subrat Kumar Nayak
  • Published: Friday, 28 December 2018
  • , Updated: 28 December 2018, 01:08 AM IST

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାର ଚେମ୍ବୁର ଅଞ୍ଚଳର ଏକ ଆବାସିକ କୋଠାରେ ଭୟଙ୍କର କୌଣସି କାରଣରୁ ନିଆଁ ଲାଗିବାରୁ ଶେଷ ଖବର ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି। ସରଗମ୍‌ ସୋଶାଇଟିରେ ଏଭଳି ଦୁର୍ଘଟଣା ଘଟିଛି ଏବଂ ୩୫ତମ କୋଠାର ଏକାଦଶତମ ମହଲାରୁ ପ୍ରଥମେ ନିଆଁ ଲାଗିଥିବା ଜଣାଯାଇଛି।
https://twitter.com/KhanIrshad0/status/1078373644449894400

https://twitter.com/ANI/status/1078370454228881408
ସନ୍ଧ୍ୟା ୭.୪୫ ସମୟରେ ନିଆଁ ଲାଗିଥିଲା ଏବଂ ଏହାକୁ ଦମନ କରିବାପାଇଁ ୧୫ଟି ଦମକଳ ନିୟୋଜିତ ହୋଇଥିଲା। ବର୍ତ୍ତମାନ ନିଆଁ ନିୟନ୍ତ୍ରଣରେ ରହିଛି। ବୟସ୍କ ମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ୫ ଜଣଙ୍କର ରାସ୍ତାରେ ହିଁ ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରୁ ୫ ଜଣଙ୍କର ପରିଚୟ ମିଳିଛି ସେମାନେ ହେଲେ ସୁନୀତା ଯୋଷୀ (୭୨), ବାଲଚନ୍ଦ୍ର ଯୋଷୀ(୭୨), ସୁମନ ଶ୍ରୀନିବାସ ଯୋଷୀ(୮୩), ସରଳା ସୁରେଶ ଗଙ୍ଗର(୫୨) ଏବଂ ଲକ୍ଷ୍ମୀବେନ୍‌ ପ୍ରେମଜୀ ଗଙ୍ଗର (୮୩)।
https://twitter.com/ANI/status/1078351570952056832
ଅନ୍ୟ ଜଣେ ଏହି ଧୂଆଁରେ ରୁନ୍ଧି ହୋଇ ଅସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲ ପଠାଇଦିଆଯାଇଛି। ସେହିଭଳି ଦମକଳବାହିନୀର ଜଣେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତା’ର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କିନ୍ତୁ ଏ ସମୟରେ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପରିସ୍ଥିତି ଅଧିକ ଭୟାବହ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି କୋଠାର ନିଆଁଲିଭା ଯନ୍ତ୍ର କାର୍ଯ୍ୟକ୍ଷମ ଅବସ୍ଥାରେ ନଥିଲା।

Related story