ମୁମ୍ବାଇ: କୋଭିଡ୍ ମହାମାରୀ ପାଇଁ ମହାରାଷ୍ଟ୍ରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସେହି ଅନୁଯାୟୀ ମୁମ୍ବାଇରେ ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ସୋମବାର ମୁମ୍ବାଇରେ ଦୈନିକ ମାମଲା ୧୦୦୦କୁ ଖସି ଆସିଛି। ଏହା ପରେ କଟକଣା କୋହଳ ନେଇ ବିଚାର କରାଯାଇଥିଲା। ସେହିପରି ମଙ୍ଗଳବାର ଦେଶରେ ଦୈନିକ ମାମଲା ୨ ଲକ୍ଷରୁ କମ ରେକର୍ଡ଼ କରାଯାଇଛି। ନୂଆ ଗାଇଡଲାନ୍ ଅନୁଯାୟୀ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ସେହିପରି ରେଷ୍ଟୁରାଣ୍ଟ ଏବଂ ଫିଲ୍ମ ହଲକୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅମୁମତି ଦିଆଯାଇଛି।
ସ୍ୱଭାବିକ ସମୟରେ ବିଚ୍, ଗାର୍ଡ଼େନ ଏବଂ ପାର୍କ ଖୋଲିବାକୁ ଅନୁମତି ଦିଆଯାଇଛି। ସୁଇମିଂ ପୁଲ, ୱାଟେର ପାର୍କ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି।
ରେଷ୍ଟୁରାଣ୍ଟ, ଥିଏଟର, ନାଟ୍ୟଗୃହ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ସେହପରି ପେଣ୍ଟାଲ ଓ ହଲରେ ଭଜନ, ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟମକୁ ୫୦ ପ୍ରତିଶତ କ୍ଷମତାରେ ଅନୁମତି ଦିଆଯାଇଛି। ୨୫ ପ୍ରତିଶତ କ୍ଷମତାରେ କିମ୍ବା ୨୦୦ ଲୋକଙ୍କୁ ବିବାହ କାର୍ଯ୍ୟ ଚାଲି ପାରିବ। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତ୍ରାପରିବହନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଖେଳ ଓ ହର୍ସ ରେସିଂରେ ୨୫ ପ୍ରତିଶତ ଦର୍ଶକରେ ଚାଲିବାକୁ ଅନୁମତି ଦିଆଯାଇଛି। ସାପ୍ତାହିକ ହାଟ ଖୋଲିବାକୁ ସ୍ୱାଭାବିକ ସମୟ ଧାର୍ଯ୍ୟ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।