ନୋଟ୍‌ରୁ ଗାନ୍ଧିଙ୍କ ଫଟୋ ହଟାଇବାକୁ ଆହ୍ୱାନ କଲେ ଆଇଏଏସ୍‌, ଗଡ୍‌ସେଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବାଇ:‘ଜାତିର ପିତା’ ମହାତ୍ମା ଗାନ୍ଧିଙ୍କ ବାବଦରେ ବିବାଦୀୟ ଟ୍ୱିଟ୍‌ କରି ଅଡ଼ୁଆରେ ପଡ଼ିଛନ୍ତି ନିଧି ଚୌଧୁରୀ ନାମକ ଜଣେ ଆଇଏଏସ୍‌ ଅଧିକାରୀ। ସେ ଏହି ଟ୍ୱିଟ୍‌ରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ତାଙ୍କର ପ୍ରଶଂସା କରିଛନ୍ତି। ଚୌଧୁରୀ ବର୍ତ୍ତମାନ ମୁମ୍ବାଇର ଡେପୁଟି ମୁନିସିପାଲ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। https://twitter.com/nidhichoudhari/status/1134520012398456832 ଗତ ୧୭ ତାରିଖରେ ସେ ଟ୍ୱିଟ୍‌ରେ ଲେଖିଥିଲେ, ଗାନ୍ଧିଙ୍କ ୧୫୦ତମ ଜନ୍ମବର୍ଷକୁ ଅସାଧାରଣ ଭାବରେ ପାଳନ କରାଯାଉଛି। ବର୍ତ୍ତମାନ ସମୟ ଆସିଛି […]

nidhi

Subrat Kumar Nayak
  • Published: Saturday, 01 June 2019
  • , Updated: 01 June 2019, 10:58 PM IST

ମୁମ୍ବାଇ:‘ଜାତିର ପିତା’ ମହାତ୍ମା ଗାନ୍ଧିଙ୍କ ବାବଦରେ ବିବାଦୀୟ ଟ୍ୱିଟ୍‌ କରି ଅଡ଼ୁଆରେ ପଡ଼ିଛନ୍ତି ନିଧି ଚୌଧୁରୀ ନାମକ ଜଣେ ଆଇଏଏସ୍‌ ଅଧିକାରୀ। ସେ ଏହି ଟ୍ୱିଟ୍‌ରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ତାଙ୍କର ପ୍ରଶଂସା କରିଛନ୍ତି। ଚୌଧୁରୀ ବର୍ତ୍ତମାନ ମୁମ୍ବାଇର ଡେପୁଟି ମୁନିସିପାଲ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି।
https://twitter.com/nidhichoudhari/status/1134520012398456832

ଗତ ୧୭ ତାରିଖରେ ସେ ଟ୍ୱିଟ୍‌ରେ ଲେଖିଥିଲେ, ଗାନ୍ଧିଙ୍କ ୧୫୦ତମ ଜନ୍ମବର୍ଷକୁ ଅସାଧାରଣ ଭାବରେ ପାଳନ କରାଯାଉଛି। ବର୍ତ୍ତମାନ ସମୟ ଆସିଛି ନୋଟ୍‌ରୁ ତାଙ୍କ ମୁହଁ ହଟାଇବାର। ସମଗ୍ର ବିଶ୍ୱରୁ ତାଙ୍କ ମୂର୍ତ୍ତି ହଟାଇବାର। ତାଙ୍କ ନାମରେ ହୋଇଥିବା ଅନୁଷ୍ଠାନ ଏବଂ ସଡ଼କର ନାମ ପରିବର୍ତ୍ତନର ସମୟ ଆସିଛି। ତାଙ୍କ ପାଇଁ ଆମ ପକ୍ଷରୁ ଏହା ହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ୩୦.୦୧.୧୯୪୮ ପାଇଁ ଗଡ୍‌ସେଙ୍କୁ ଧନ୍ୟବାଦ।” ପୂର୍ବରୁ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଗଡ୍‌ସେଙ୍କୁ ଦେଶପ୍ରେମୀ କହି ଚର୍ଚ୍ଚାରେ ଥିଲେ। ସେତେବେଳକୁ ସେ ନିର୍ବାଚନ ଜିତିନଥିଲେ, କେବଳ ପ୍ରାର୍ଥୀ ଥିଲେ।

ବର୍ତ୍ତମାନ ଏହି ଟ୍ୱିଟ୍‌କୁ ନେଇ ବିବାଦ ହେବାରୁ ସେ ଟ୍ୱିଟ୍‌ଟିକୁ ଡିଲିଟ୍‌ କରିବା ସହ ଅନ୍ୟ ଏକ ଟ୍ୱିଟ୍‌ରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ତାଙ୍କର ଏହି ଟ୍ୱିଟ୍‌କୁ ଭୁଲ ଧାରଣା ସୃଷ୍ଟି ହୋଇଛି। ସେ କହିଥିଲେ, କିଛି ଲୋକ ଏହାକୁ ଭଲ ବୁଝିଥିବାରୁ ମୁଁ ଡିଲିଟ୍‌ କରିଦେଇଛି। କେହି ଯଦି ୨୦୧୧ ମସିହାରୁ ମୋତେ ଅନୁସରଣ କରୁଥିବେ ସେମାନେ ନିଶ୍ଚୟ ଜାଣିଥିବେ ମୁଁ ଗାନ୍ଧିଙ୍କୁ ଅପମାନିତ କରିବାକୁ ସ୍ୱପ୍ନରେ ବି ଭାବିପାରିବିନି। ମୁଁ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଛି ଏବଂ ଏହା ଶେଷ ପର୍ଯ୍ୟନ୍ତ ଜାରି ରହିବ।

Related story