ଇନ୍ଦ୍ରାଣୀଙ୍କ ଛାତିରେ ଯନ୍ତ୍ରଣା: ହସପିଟାଲରେ ଭର୍ତ୍ତି, ଝିଅକୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଅଛନ୍ତି

ମୁମ୍ବାଇ: ବହୁଚର୍ଚ୍ଚିତ ସିନାବୋରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀ ମୁଖ୍ୟାର୍ଜୀ ଅସୁସ୍ଥ। ତାଙ୍କୁ ଗତକାଲି ଜେଜେ ହସ୍‌ପିଟାଲରେ ଭର୍ତ୍ତି କରାଯାଛି।  ଗତକାଲି ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ଇନ୍ଦ୍ରାଣୀ ଛାତିରେ ଗୁରୁତର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅତ୍ୟଧିକ ମେଡିସିନ ସେବନ ନେଇ ପୂର୍ବରୁ ଥରେ ସେ ଜେ.ଜେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଇନ୍ଦ୍ରାଣୀଙ୍କ ଅଭିଯୋଗ ଅନୁଯାୟୀ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ କେହି ଷଡ଼ଯନ୍ତ୍ର କରିଥିଲେ। […]

indi

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 04:12 PM IST

ମୁମ୍ବାଇ: ବହୁଚର୍ଚ୍ଚିତ ସିନାବୋରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀ ମୁଖ୍ୟାର୍ଜୀ ଅସୁସ୍ଥ। ତାଙ୍କୁ ଗତକାଲି ଜେଜେ ହସ୍‌ପିଟାଲରେ ଭର୍ତ୍ତି କରାଯାଛି।  ଗତକାଲି ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ଇନ୍ଦ୍ରାଣୀ ଛାତିରେ ଗୁରୁତର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅତ୍ୟଧିକ ମେଡିସିନ ସେବନ ନେଇ ପୂର୍ବରୁ ଥରେ ସେ ଜେ.ଜେ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ଇନ୍ଦ୍ରାଣୀଙ୍କ ଅଭିଯୋଗ ଅନୁଯାୟୀ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ କେହି ଷଡ଼ଯନ୍ତ୍ର କରିଥିଲେ। କେହି ଜଣେ ତାଙ୍କୁ ମେଡିସିନରେ ଓଭର ଡୋଜ୍‌ ଦେଇ ମାରିଦେବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ ଆଣିଥିଲେ।

ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗ ଆଣିବା ସହ ଏନେଇ କୋର୍ଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ଝିଅ ସିନାବୋରା(୨୪) ହତ୍ୟା ମାମଲାରେ ଇନ୍ଦ୍ରାଣୀ ଗତ ୩ ବର୍ଷ ହେଲା ଜେଲରେ ଅଛନ୍ତି।  ୨୦୧୨ ଏପ୍ରିଲ ମାସରେ ସିନାବୋରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।  ୨୦୧୫ ନଭେମ୍ବର ମାସରେ ସିବିଆଇ ଏହି ମାମଲାକୁ ହାତକୁ ନେଇ ତଦନ୍ତ କରିଥିଲା।  ସମ୍ପତ୍ତିଗତ ବିବାଦକୁ ନେଇ ସିନାଙ୍କୁ ହତ୍ୟା କରାଯାଥିବା ସିବିଆଇ କହିଥିଲା।

Related story