ମୂଷା ପାଇଁ ୧୯ ହଜାର ଟଙ୍କା ତଣ୍ଡ ଗଣିବ ରେଲୱେ

ମୁମ୍ବାଇ: ଆପଣ କେବେ ଟ୍ରେନ୍‌ରେ  ମୂଷା ଦେଖିଛନ୍ତି କି ? ଯଦି ଯାତ୍ରା କରୁଥିବା ସମୟରେ କେବେ ମୂଷା ହାବୁଡ଼ରେ ପଡ଼ନ୍ତି ତେବେ କ୍ଷତିପୂରଣ ପାଇଁ ଦାବି କରିପାରିବେ। ଏହି କ୍ଷତିପୂରଣ ଏମିତି ସେମିତି ନୁହଁ। ଏକଦମ୍‌ ବଡ଼ ପରିମାଣର ଅର୍ଥ ଦାବି କରିପାରିବେ। ଏ କଥା କହିବାର ଅର୍ଥ, ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବଗିରେ ମୂଷା ବାହାରିବାରୁ ଜଣେ ଓକିଲଙ୍କୁ ୧୯,୦୦୦ ଟଙ୍କା କ୍ଷତିପୂରଣ ମିଳିବ। ସମ୍ପୃକ୍ତ ଯାତ୍ରୀଙ୍କୁ ଏହି କ୍ଷତିପୂରଣ ଦେବାକୁ ଖାଉଟି […]

rat

Rakesh Mallick
  • Published: Wednesday, 18 July 2018
  • , Updated: 18 July 2018, 10:47 PM IST

ମୁମ୍ବାଇ: ଆପଣ କେବେ ଟ୍ରେନ୍‌ରେ  ମୂଷା ଦେଖିଛନ୍ତି କି ? ଯଦି ଯାତ୍ରା କରୁଥିବା ସମୟରେ କେବେ ମୂଷା ହାବୁଡ଼ରେ ପଡ଼ନ୍ତି ତେବେ କ୍ଷତିପୂରଣ ପାଇଁ ଦାବି କରିପାରିବେ। ଏହି କ୍ଷତିପୂରଣ ଏମିତି ସେମିତି ନୁହଁ। ଏକଦମ୍‌ ବଡ଼ ପରିମାଣର ଅର୍ଥ ଦାବି କରିପାରିବେ। ଏ କଥା କହିବାର ଅର୍ଥ, ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବଗିରେ ମୂଷା ବାହାରିବାରୁ ଜଣେ ଓକିଲଙ୍କୁ ୧୯,୦୦୦ ଟଙ୍କା କ୍ଷତିପୂରଣ ମିଳିବ। ସମ୍ପୃକ୍ତ ଯାତ୍ରୀଙ୍କୁ ଏହି କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ରେଲୱେକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ଶୀତଲ କନକିଆ ନାମକ ଜଣେ ଓକିଲ ଏବଂ ତାଙ୍କ ସହଯୋଗୀ ହେମା କନକିଆ ମୁମ୍ବାଇ-ଏଣ୍ଣାକୁଲମ ଦୂରନ୍ତ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଉଭୟେ ୨୦୧୫ ନଭେମ୍ବର ୭ରେ ଯାତ୍ରା ଆରମ୍ଭ କରି ୨୦୧୫ ନଭେମ୍ବର୧୫ରେ ଫେରୁଥିଲେ। ତେବେ ବାଟରେ ସେମାନେ ବସିଥିବା ସଂରକ୍ଷଣ ବଗିରେ ମୂଷା ବାହାରିଥିଲା। ଏନେଇ ଉଭୟେ ଶୀତଲ  ଓ ହେମା ଟିଟିଇଙ୍କ ପାଖରେ ଅଭିଯୋଗ କରିଥିଲେ। ବଗିଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖା ନ ଯିବା, ମୂଷା ବାହାରିବା, ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯିବା, ଅପରିଷ୍କାର ପାଣି ଦିଆଯିବା ଆଦି ଯାବତୀୟ ସମସ୍ୟା ସମ୍ପର୍କରେ ଭଭୟେ ଜଣାଇଥିଲେ। ହେଲେ ସମ୍ପୃକ୍ତ ଟିଟିଇ ତାଙ୍କ କଥା ଶୁଣି ନଥିଲେ କି ଏ ସମ୍ପର୍କରେ କୌଣସି ଅଧିକାରୀଙ୍କୁ ଅବଗତ କରିନଥିଲେ।

ତେଣୁ ଉଭୟେ ବାଧ୍ୟ ହୋଇ ୨ ଡିସେମ୍ବର ୨୦୧୫ରେ ଦକ୍ଷିଣ ମୁମ୍ବାଇର ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଟ୍ରେନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯିବା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଯାତ୍ରା ପାଇଁ ଉଭୟେ ୬୬,୦୦୦ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଏହି ମାମଲାର ବିଚାର କରି କୋର୍ଟ ସେଣ୍ଟ୍ରାଲ ରେଲୱେକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଉଭୟ ଅଭିଯୋଗକାରୀଙ୍କୁ ୧୯,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯାତ୍ରୀମାନେ ପ୍ରିମିୟମ ଟିକେଟ କାଟୁଛନ୍ତି। ସେମାନଙ୍କୁ ପ୍ରିମିୟମ ସେବା ମିଳିବା ଉଚିତ୍।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

Related story