ବର୍ଷା ପାଣିରେ ଉବୁଟୁବୁ ମୁମ୍ବାଇ: ସବୁ ସ୍କୁଲ ଦିନକ ପାଇଁ ଛୁଟି

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ। ମୁଷଳଧାରାରେ ବର୍ଷା ଯୋଗୁଁ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିଯିବା ସହ ଜନଜୀବନ ଠପ୍ ହୋଇଯାଇଛି । ଯାତାୟତରେ ମଧ୍ୟ ସମସ୍ୟା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିବା ସମ୍ଭବ ହେଉନାହିଁ। ସୋମବାର ୧୭୦ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଦିନକ ପାଇଁ ମୁମ୍ବାଇ ମେଟ୍ରୋପଲିଟାନ୍‌ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍‌ ଓ କଲେଜ […]

p-111

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 04:40 PM IST

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ। ମୁଷଳଧାରାରେ ବର୍ଷା ଯୋଗୁଁ ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିଯିବା ସହ ଜନଜୀବନ ଠପ୍ ହୋଇଯାଇଛି । ଯାତାୟତରେ ମଧ୍ୟ ସମସ୍ୟା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିବା ସମ୍ଭବ ହେଉନାହିଁ। ସୋମବାର ୧୭୦ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଦିନକ ପାଇଁ ମୁମ୍ବାଇ ମେଟ୍ରୋପଲିଟାନ୍‌ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି। ବର୍ଷା ପାଣି ଜମିବା ଯୋଗୁଁ ରେଳବାଇ କଲୋନି ଏବଂ ଏସ୍‌ଭି ରୋଡ୍‌ ମଧ୍ୟରେ ଯାନବାହନ ଚଳାଚଳ ଠପ୍‌ ହୋଇଛି।

ସତର୍କତାର ସହ ଗାଡ଼ି ଚଳାଇବାକୁ ମୁମ୍ବାଇ ପୁଲିସ ମଧ୍ୟ ପରାମର୍ଶ ଜାରି କରିଛି। ବ୍ରିନ୍ଦାବନ ଏବଂ ବନ୍ଦନା ସିନେମା ହଲ ଆଗରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ବସ୍‌ ରୁଟ୍‌ରେ ପରିବର୍ତ୍ତନ କରାଯାଇଛି।  କୁର୍ଲା ଷ୍ଟେସନ୍‌ସ୍ଥିତ ଫୁଟ୍‌ ଓଭର୍‌ବ୍ରିଜ୍‌ରେ ପାଣି ଜମିଥିବା ଜଣାପଡ଼ିଛି। ସେହିପରି ଥାଣେ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାପାଣିରେ କାର୍‌ ଓ ଅନ୍ୟ ଯାନ ଫସି ରହିଥିବା ଦେଖିବାକୁ ମିଳିଛି।

ରେଳ ଧାରଣା ଉପରେ ପାଣି ଚାଲିଥିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୪ ଘଣ୍ଟା ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।  ମୁମ୍ୱାଇ କର୍ପୋରେସନ ବା ବିଏମସି ପକ୍ଷରୁ ଏ ନେଇ ଆଲର୍ଟ ଜାରି କରାଯାଇଛି ।

Related story