କରୋନା ପାଇଁ ମୁମ୍ବାଇ, ନାଗପୁର ଓ ପୁଣେରେ ସବୁ କିଛି ବନ୍ଦ ହେଲା

ମୁମ୍ବାଇ: ମହାରାଷ୍ଟ୍ରରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ ଲକ ଡାଉନ୍‌ ଘୋଷଣା ହୋଇଛି। ଅର୍ଥାତ ଜରୁରୀ ସେବା ବ୍ୟତୀତ ଆଉ ସବୁ ପ୍ରତିଷ୍ଠାନରେ ତାଲା ପଡ଼ିବ। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ କରୋନା ସହ ମୁକାବିଲା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ଏଥିପାଇଁ ଆଜିଠାରୁ ମାର୍ଚ୍ଚ ୩୧ ଯାଏ ମୁମ୍ବାଇ, ନାଗପୁର, ପିମପିର ଛିଞ୍ଚୱାଡା ଓ ପୁଣେରେ ଲକ ଡାଉନ ଘୋଷଣା […]

ed

Hemant Lenka
  • Published: Friday, 20 March 2020
  • , Updated: 20 March 2020, 03:29 PM IST

ମୁମ୍ବାଇ: ମହାରାଷ୍ଟ୍ରରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ ଲକ ଡାଉନ୍‌ ଘୋଷଣା ହୋଇଛି। ଅର୍ଥାତ ଜରୁରୀ ସେବା ବ୍ୟତୀତ ଆଉ ସବୁ ପ୍ରତିଷ୍ଠାନରେ ତାଲା ପଡ଼ିବ। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ କରୋନା ସହ ମୁକାବିଲା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ।

ଏଥିପାଇଁ ଆଜିଠାରୁ ମାର୍ଚ୍ଚ ୩୧ ଯାଏ ମୁମ୍ବାଇ, ନାଗପୁର, ପିମପିର ଛିଞ୍ଚୱାଡା ଓ ପୁଣେରେ ଲକ ଡାଉନ ଘୋଷଣା କରାଯାଇଛି। ଏହି ନିୟମ ଆଜି ମଧ୍ୟରାତ୍ରରୁ ଲାଗୁ ହେବ। ଏହା ଛୁଟି ନୁହେଁ। କିନ୍ତୁ ସ୍ଥିତି ଆମକୁ ଏପରି କରିବାକୁ ବାଧ୍ୟ କରିଛି। ତେଣୁ କମ୍ପାନୀଗୁଡ଼ିକ ନିଜ ନିଜ କର୍ମଚାରୀଙ୍କ ଦରମା କାଟ କରିବେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ମାର୍ଚ୍ଚ ୩୧ ଯାଏ ଏହି ସବୁ ସ୍ଥାନରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଜରୁରୀ ସାରଗ୍ରୀ ମିଳୁଥିବା ପ୍ରତିଷ୍ଠାନଗୁଡ଼ିକ ଖୋଲା ରହିବ। ସେହିପରି ସମସ୍ତ ଅଫିସ ବନ୍ଦ ରହିବ। କେବଳ ଜରୁରୀ ସେବା ଯୋଗାଉଥିବା ଅଫିସ ଖୋଲା ରହିବ।

କ୍ରାଇସିସ ଆସିବ ଓ ଯିବ। କିନ୍ତୁ କେହି ବି ନିଜର ମାନବିକତା ଭୁଲିବା କଥା ନୁହେଁ। ସେହିପରି କର୍ମଚାରୀଙ୍କ ଦରମା ବନ୍ଦ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଲୋକମାନେ ଅଯଥାରେ ଲୋକାଲ ଟ୍ରେନ ଓ ବସରେ ଭିଡ଼ କରନ୍ତୁ ନାହିଁ। ସରକାରୀ ଅଫିସ ଗୁଡ଼ିକ ୨୫% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ସମସ୍ତ ଜିଲ୍ଲାପାଳମାନେ ଲାଗୁ କରାଯାଇଥିବା କଟକଣାକୁ କଡ଼ାକଡ଼ି ପାଳନ କରିବାର ବ୍ୟବସ୍ଥା କରିବେ।

ଜରୁରୀ ସେବା ଓ ସାମଗ୍ରୀ ମିଳିଥିବା ପ୍ରତିଷ୍ଠାନ ଯଥା ପିଇବା ପାଣି, ବ୍ୟାଙ୍କିଙ୍ଗ, ଟେଲିଫୋନ, ଇଣ୍ଟରନେଟ, ରେଳବାଇ ଅନ୍ୟାନ୍ୟା ପରିବହନ ସେବା, ଖାଦ୍ୟ, ପନିପରିବା, ଗ୍ରସରୀ, ହସ୍ପିଟାଲ, ମେଡିକାଲ ସେଣ୍ଟର ଓ ବିଜୁଳି ସେବା ଯୋଗାଉଥିବା ପ୍ରତିଷ୍ଠାନ ଖୋଲା ରହିବ।

Related story