ମୁମ୍ବାଇ: କିଛି ଦିନ ତଳେ ଚର୍ଚ୍ଚାରେ ଥିବା ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍ ଭଳି ମୁମ୍ବାଇ ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍ରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଲକ୍ଡାଉନ୍ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ରଖିଥିବା ହଜାର ହଜାର୍ ପ୍ରବାସୀ ଶ୍ରମିକ ଆଜି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍ରେ ଭିଡ଼ ଜମାଇଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ମୁମ୍ବାଇ ପୁଲିସ୍ ପକ୍ଷେ କଷ୍ଟକର ହୋଇପଡ଼ିଛି। ପୁଲିସ୍ ଲାଠି ଚାର୍ଜ କଲେ ମଧ୍ୟ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନି।
ଷ୍ଟେସନ୍ରେ ଏକଠି ହୋଇଥିବା ଶ୍ରମିକଙ୍କମାନେ ସାଧାରଣତଃ ଦିନ ମଜୁରିଆ ଶ୍ରେଣୀର। ଯେଉଁମାନେ ଲକ୍ଡାଉନ୍ ପରଠାରୁ ମାନେ ମାର୍ଚ୍ଚ ୨୫ରୁ ବେରୋଜଗାର ହୋଇ ବସିଛନ୍ତି।
ପୂର୍ବରୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ସ୍ଥାନୀୟ ଉଦ୍ଧବ ଠାକ୍ରେଙ୍କ ମେଣ୍ଟ ସରକାର ମଧ୍ୟ ଏପ୍ରିଲ ୩୦ ଯାଏ ଅବଧି ବୃଦ୍ଧି କରିଥିଲେ।