ବାବ୍ରୀ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ମୁସଲିମ ପର୍ସନାଲ ଲ’ ବୋର୍ଡ!

ଲକ୍ଷ୍ନୌ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ୩୨ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲେ ହେଁ ଏଥିରେ କେହି ଦୋଷୀ ସାବ୍ୟସ୍ତ ନ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାୟ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ଆଇନଜୀବୀ ତଥା ମୁସଲିମ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି)ର ସଦସ୍ୟ ଜାଫ୍ରାୟାବ ଜିଲାନୀ କହିଛନ୍ତି, ସ୍ୱତନ୍ତ୍ର କୋର୍ଟ ଯେଉଁ ଗ୍ରାଉଣ୍ଡରେ ବାବ୍ରୀ ମସଜିଦ […]

c

Hemant Lenka
  • Published: Wednesday, 30 September 2020
  • , Updated: 30 September 2020, 06:24 PM IST

ଲକ୍ଷ୍ନୌ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ୩୨ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲେ ହେଁ ଏଥିରେ କେହି ଦୋଷୀ ସାବ୍ୟସ୍ତ ନ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାୟ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ଆଇନଜୀବୀ ତଥା ମୁସଲିମ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି)ର ସଦସ୍ୟ ଜାଫ୍ରାୟାବ ଜିଲାନୀ କହିଛନ୍ତି, ସ୍ୱତନ୍ତ୍ର କୋର୍ଟ ଯେଉଁ ଗ୍ରାଉଣ୍ଡରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ ପ୍ରକାଶ କରି ୩୨ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି, ତା’କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ।

ଘଟଣାକୁ ନେଇ ଶହଶହ ସାକ୍ଷୀ ସେମାନଙ୍କ ବିବୃତ୍ତି ଦେଇଛନ୍ତି। ଅପରାଧିକ ମାମଲାରେ ଏହିସବୁ ବିବୃତ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ସାକ୍ଷୀଙ୍କ ମଧ୍ୟରେ ଆଇପିଏସ ଅଫିସର ଓ ସାମ୍ବାଦିକ ରହିଛନ୍ତି। ସେମାନେ କହିଛନ୍ତି ଯେ ଅଭିଯୁକ୍ତମାନେ ମଞ୍ଚରେ ବସି ରହି ମସଜିଦ ଭାଙ୍ଗିବା ପାଇଁ ଉସକାଇଥିଲେ। ତଥାପି କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଥିବା ସେ କହିଛନ୍ତି।

ସେହିପରି ମୁସଲିମ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି)ର ବରିଷ୍ଠ ସଦସ୍ୟ ମୌଲାନା ଖାଲିଦ ରଶିଦ ଫିରାଙ୍ଗି ମହାଲି କହିଛନ୍ତି, ସଂଗଠନର ସଦସ୍ୟମାନେ ଏକାଠି ବସି ରାୟର ସମୀକ୍ଷା କରିବେ। ଏହାପରେ ଆମେ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବୁ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

Related story