ବାରାଣସୀରେ କାଶୀ ବିଶ୍ୱନାଥ କରିଡର୍‌କୁ ନେଇ ଚିନ୍ତାରେ ମୁସଲିମ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ କାଶୀ ବିଶ୍ୱନାଥ କରିଡର୍‌କୁ ନେଇ ସଂଖ୍ୟାଲଘୁ ମୁସଲିମ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। କାଶୀ ବିଶ୍ୱନାଥ କରିଡର୍‌ ପାଇଁ ଏଠାରେ ଥିବା ଜ୍ଞାନବ୍ୟାପୀ ମସଜିଦ୍‌କୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମସଜିଦ୍‌ର କିଛି ଅଂଶକୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଯୋଗୁ ଏହି କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏବେ ପୁଣିଥରେ ମସଜିଦ୍‌କୁ ଭଙ୍ଗା ଯିବା ପାଇଁ ଉଦ୍ୟମ ଆରମ୍ଭ […]

ss

Hemant Lenka
  • Published: Friday, 10 May 2019
  • , Updated: 10 May 2019, 03:47 PM IST

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ କାଶୀ ବିଶ୍ୱନାଥ କରିଡର୍‌କୁ ନେଇ ସଂଖ୍ୟାଲଘୁ ମୁସଲିମ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। କାଶୀ ବିଶ୍ୱନାଥ କରିଡର୍‌ ପାଇଁ ଏଠାରେ ଥିବା ଜ୍ଞାନବ୍ୟାପୀ ମସଜିଦ୍‌କୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମସଜିଦ୍‌ର କିଛି ଅଂଶକୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଯୋଗୁ ଏହି କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏବେ ପୁଣିଥରେ ମସଜିଦ୍‌କୁ ଭଙ୍ଗା ଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

୨୦୧୮ ଅକ୍ଟୋବର ୨୫ରେ ରାତି ପ୍ରାୟ ୧୦ଟା ବେଳେ ଜଣେ ସ୍ଥାନୀୟ ମୁସଲିମ ଏଜାଜ୍‌ ମହମ୍ମଦ ଇସଲାହି କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବ୍ୟାପୀ ମସଜିଦ୍‌ରୁ ଘରକୁ ଫେରିଥିଲେ। ସେ ଘରେ ପହଞ୍ଚିବା ପରେ ହଠାତ ଫୋନ ବାଜିଥିଲା। ଫୋନ୍‌ରେ ଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ମସଜିଦ୍‌ର ଚବୋତ୍ରା(ମସଜିଦର ଏକ ଅଂଶ)କୁ ଭଙ୍ଗା ଯାଉଛି। ମସଜିଦ୍‌ ନିକଟରୁ ଏଜାଜ୍‌ ତୁରନ୍ତ ଦୌଡ଼ି ଯାଇଥିଲେ। ଏହି ସମୟରେ ଶହଶହ ମୁସଲିମ୍‌ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ।

କାଶୀ ବିଶ୍ୱନାଥ ମନ୍ଦିରର ଗେଟ୍‌ ନଂ ୪ ନିକଟରେ ଏହି ଚବୋତ୍ରାଟି ରହିଥିଲା। ଏହି ଜ୍ଞାନବ୍ୟାପୀ ମସଜିଦ୍‌ଟି ସୁନ୍ନି ୱାକଫ୍‌ ବୋର୍ଡର ସମ୍ପତ୍ତି। କିନ୍ତୁ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ପାଇଁ ଏହାକୁ ଭଙ୍ଗାଯିବାକୁ ନିଷ୍ପତ୍ତି କରାଯାଇଥିଲା। ୧୭ଶ ଶତାବ୍ଦୀର ଏହି ମସଜିଦ୍‌ଟିର କେୟାର ଟେକର ଭାବେ ୩୦ ବର୍ଷ ହେଲା ଏଜାଜ୍‌ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, “ସ୍ଥାନୀୟ ପ୍ରଶାସନ ମସଜିଦ୍‌କୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ପ୍ରଶାସନ ବାଧ୍ୟ ହୋଇ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିଥିଲା।”

ଜ୍ଞାନବ୍ୟାପୀ ମସଜିଦ୍‌ର ପ୍ରଶାସନିକ ଦାୟିତ୍ୱରେ ଥିବା ଏସ୍‌ଏମ ୟାସିନ କହିଛନ୍ତି, “ଆମକୁ ଲାଗୁଛି ବାବ୍ରୀ ମସଜିଦ୍‌ର ଯାହା ହେଲା, ଏବେ ଜ୍ଞାନବ୍ୟାପୀ ମସଜିଦ୍‌ର ଅବସ୍ଥା ସେମିତି ହେବାକୁ ବସିଲାଣି। ଉଚ୍ଛେଦ କାମ ଆରମ୍ଭ ହେବାବେଳେ 'ଅଯୋଧ୍ୟା ଏକ ଝାଙ୍କି ହୈ, କାଶୀ, ମଥୁରା ଅଭି ଭି ବାକି ହୈ' ବୋଲି କିଛି ଲୋକ ନାରା ଦେଉଥିବା ମୁଁ ଶୁଣିଥିଲି। ୧୯୯୨ ବାବ୍ରୀ ମସଜିଦ୍‌ ଭଙ୍ଗା ଯିବା ବେଳେ କରସେବକ ମାନେ ସମାନ ନାରା ଦେଇଥିଲେ। ଏବେ ବି କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ଜାରି ରହିଛି। ତେଣୁ ଆମ ମସଜିଦ୍‌ର ଅବସ୍ଥା କ’ଣ ହେବ?”

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କହିଛି ଯେ ମସଜିଦ୍‌ଟି ସଂପୂର୍ଣ୍ଣ ଭାବେ ବ୍ୟାରିକେଡ୍‌ ମଧ୍ୟରେ ରହିଛି। ତେଣୁ ଏହାର କୌଣସି କ୍ଷତି ହେବନାହିଁ। ଯେଉଁ ଚାବୋତ୍ରା ଭଙ୍ଗା ଯିବା କଥା କୁହାଯାଉଛି, ତା’ହା ମସଜିଦ୍‌ ବ୍ୟାରିକେଡ୍‌ ମଧ୍ୟରେ ରହିନାହିଁ। ତେଣୁ ଏହାକୁ ଭଙ୍ଗା ଗଲେ କିଛି ଅସୁବିଧା ନାହିଁ।”

Related story