ରାଜନୀତିରୁ ଅବସର ନେବେ ଗିରିରାଜ ସିଂହ

ପାଟନା: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ ୨୦୨୪ ପରେ ଆଉ ରାଜନୀତି କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ସରକାରର ପାଳି ପୂରଣ କରିବା ପରେ ଗିରିରାଜଙ୍କ ରାଜନୀତିକ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଜି ସେ ନିଜେ ଏକଥା କହିଛନ୍ତି। ଗିରିରାଜଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଜେଡିୟୁର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର […]

vv

Hemant Lenka
  • Published: Tuesday, 24 September 2019
  • , Updated: 24 September 2019, 07:13 PM IST

ପାଟନା: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ ୨୦୨୪ ପରେ ଆଉ ରାଜନୀତି କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ସରକାରର ପାଳି ପୂରଣ କରିବା ପରେ ଗିରିରାଜଙ୍କ ରାଜନୀତିକ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଜି ସେ ନିଜେ ଏକଥା କହିଛନ୍ତି।

ଗିରିରାଜଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଜେଡିୟୁର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇ ସେ କହିଛନ୍ତି, “ବର୍ତ୍ତମାନ ମୋ ରାଜନୀତି କ୍ୟାରିୟର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି।

ଲୋକଙ୍କ ପାଇଁ କିଛି କରିବା ଲକ୍ଷ୍ୟ ନେଇ ମୁଁ ରାଜନୀତି ଆରମ୍ଭ କରିଥିଲି। ବିଧାୟକ, ସାଂସଦ କିମ୍ବା କୌଣସି ପଦପଦବୀ ହାସଲ କରିବା ମୋର ଲକ୍ଷ୍ୟ ନଥିଲା। ଆମ ମାନଙ୍କର ଆଦର୍ଶ ଶ୍ୟାମା ପ୍ରସାଦ ମୁଖାର୍ଜୀ କଶ୍ମୀରକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ବଳିଦାନ ଦେଇଥିଲେ।

ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ମୁଁ ଲୋକଙ୍କ ନିକଟତର ହୋଇଥିଲି। ଆମେ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀଙ୍କୁ ପାଇଥିବାରୁ ଭାଗ୍ୟବାନ ମନେ କରିବା ଦରକାର। ତାଙ୍କ ପାଇଁ ଆଜି ଆମର କଶ୍ମୀର ସ୍ୱପ୍ନ ପୂରଣ ହୋଇପାରିଛି। ମୋତେ ଲାଗୁଛି ମୋଦି ସରକାରଙ୍କ ଏହି ପାଳି ସରିବା ପରେ ମୋର ରାଜନୀତି କ୍ୟାରିୟର ମଧ୍ୟ ଶେଷ ହୋଇଯିବ।”

୨୦୧୪ରେ ପ୍ରଥମଥର ପାଇଁ ଗିରିରାଜ ନୱଡାରୁ ସାଂସଦ ହୋଇଥିଲେ। ଏହାପରେ ଏଥର ତାଙ୍କୁ ସେହି ଆସନ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ଦଳ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଥିଲା। ପ୍ରାଥମିକ ଅବସ୍ଥାରେ ଅସନ୍ତୁଷ୍ଟ ଥିବା ଗିରିରାଜ ଶେଷରେ ଏହି ଆସନରେ ଲଢ଼ି ବିଜୟୀ ହୋଇଥିଲେ।

Related story