ବିଶ୍ୱର ସବୁଠୁ ବଡ ହ୍ରଦ ମାନସରୋବର। ୪୫୯୦ ମିଟର ଉଚ୍ଚରେ ରହିଛି। ମାନସ ଓ ସରୋବର ମିଶ୍ରଣରେ ଏହାର ନାଁ ହୋଇଛି ମାନସରୋବର। ମାନସର ଅର୍ଥ ମନ ହୋଇଥିବା ବେଳେ ସରୋବର ଅର୍ଥ ହ୍ରଦ। ଅର୍ଥାତ ମାନସରୋବର ହେଉଛି ମନର ହ୍ରଦ।
ପ୍ରଥମେ ଭଗବାନ ବ୍ରହ୍ମା ଏହି ହ୍ରଦ ବିଷୟରେ ଚିନ୍ତା କରିଥିଲେ। ଏହାପରେ ଏହି ହ୍ରଦ କୂଳରେ ଯୁଗ ଯୁଗ ଧରି ଧ୍ୟାନରେ ବସିଥିଲେ ବୋଲି ହିନ୍ଦୁ ଧର୍ମରେ ବର୍ଣ୍ଣନା ରହିଛି। ଏହି ସ୍ଥାନରୁ ସାରା ବିଶ୍ୱର ସୃଷ୍ଟି ସରଞ୍ଚନା ହୋଇଥିବା ବିଶ୍ୱାସ ରହିଛି। ଅତୀତରେ ଏହି ହ୍ରଦର ବିସ୍ତୃତି ଆହୁରି ଅଧିକ ଥିଲା। ଏବେ ଏହି ହ୍ରଦର ଦୂରତା ୮୦ କିଲୋମିଟର ଓ ଗଭୀର ୩୨୦ ବର୍ଗ କିଲୋମିଟର। ଏହାକୁ ଥରେ ପରିକ୍ରମା କରିବାକୁ ପ୍ରାୟ ୩ ଦିନ ସମୟ ଲାଗିଥାଏ।
ହିନ୍ଦୁଧର୍ମ ଅନୁସାରେ ମହାଦେବ ଶିବ କୈଳାଶ ପର୍ବତ ସୃଷ୍ଟି କରିଥିଲେ ଏବଂ ମାତା ପାର୍ବତୀ ମାନସୋରବର। କେବଳ ହିନ୍ଦୁ ଧର୍ମ ନୁହେଁ ବୈଦ୍ଧ, ଜୈନ ଓ ବୋନ୍ ଧର୍ମରେ ମଧ୍ୟ ମାନସୋରବରର ପବିତ୍ରତାକୁ ଗ୍ରହଣ କରାଯାଇଛି।
ବୈଦ୍ଧ ଧର୍ମ ଅନୁସାରେ ରାଣୀ ମାୟା ମାନସରୋବର ହ୍ରଦରେ ସ୍ନାନ କରିବା ପରେ ବଦ୍ଧଙ୍କୁ ଜନ୍ମ ଦେଇଥିଲେ। ଏହି ହ୍ରଦର ଆଖପାଖରେ ୮ଟି ପ୍ରସିଦ୍ଧ ବୈଦ୍ଧ ମଠ ରହିଛି। କୁହାଯାଏ ହିନ୍ଦୁ ଧର୍ମର ସପ୍ତଋଷି ଆକାଣୁ ଓହ୍ଲାଇ ବ୍ରହ୍ମମୁହୂର୍ତ୍ତରେ ଏହି ମାନସୋରବରରେ ସ୍ନାନ କରିଥାନ୍ତି।
ମାନସୋରବର ହ୍ରଦର ପଶ୍ଚିମରେ ଆଉ ଏକ ହ୍ରଦ ରହିଛି, ଯାହାକ ନାଁ ରାକ୍ଷସ ତାଲ୍। ଏହି ଦୁଇଟି ହ୍ରଦ ଗଙ୍ଗା ନଦୀରେ ମିଶିଛନ୍ତି। ମାନସରୋବର ଏକ ଗୋଲାକାର ହ୍ରଦ ଥିବାବେଳେ ରାକ୍ଷ୍ୟାସ ଏକ ଅର୍ଧଚନ୍ଦ୍ର ଆକୃତି ଓ ଲୁଣି ପାଣିର ହ୍ରଦ। ଏହି ଦୁଇ ହ୍ରଦକୁ ଆଲୋକ ଓ ଅନ୍ଧକାର ହ୍ରଦ ସହ ତୁଳନା କରାଯାଇଥାଏ।
ବୈଜ୍ଞାନିକଙ୍କ ସର୍ଭେରୁ ଜଣାପଡିଛି, ଯେତେ ଝଡ଼ ତୋଫାନ ଆସିଲେ ବି ମାନସୋରବର ଶାନ୍ତ ରହିଥାଏ। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ। ମାତ୍ର ଝଡ଼ ତୋଫାନ କଥା ଛାଡନ୍ତୁ, ଭଲ ପାଗ ବେଳେ ମଧ୍ୟ ରାକ୍ଷସ ତାଲ୍ ଅଶାନ୍ତ ରହିଥାଏ। ଏଠାକୁ ଯିବାକୁ ଲୋକେ ଭୟ କରିଥାନ୍ତି। ମାନସୋରବରରେ ଲୋକେ ଗାଧୋଇବା ସହ ଏହାର ପାଣିକୁ ପିଇଥାନ୍ତି। ହେଲେ ରାକ୍ଷସ ତାଲ୍ର ଲକ୍ଷଣକୁ ଦେଖି ଏଠାରେ ପାଣିକୁ ଛୁଇଁବାକୁ ମଧ୍ୟ ମନା କରାଯାଇଥାଏ।