ବିଜେପିରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡୀଗଡ଼: କ୍ରିକେଟରରୁ ନେତା ହୋଇଥିବା ନବଜିତ୍‌ ସିଦ୍ଧୁ ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ତାଙ୍କ  ଇସ୍ତଫା ପତ୍ର ପଠାଇଛନ୍ତି। କିଛି ଦିନ ତଳେ ସିଦ୍ଦୁ ନିଜର ରାଜନୈତିକ ଦଳ ‘ଆୱାଜ୍-ଏ-ପଞ୍ଚାବ’କୁ ଉଦ୍‌ଘାଟନ କରିଥିଲେ। ରାଜ୍ୟସଭା ସଦସ୍ୟ ଥିବା ସିଦ୍ଧୁ ଗତ ୧୮ ଜୁଲାଇରୁ ନିଜର ପଦ ଛାଡ଼ିବା ପରେ ବିଜେପିରୁ ଛଡ଼ିବା ନେଇ କଳ୍ପନା ଜଳ୍ପନା ଚାଲିଥିଲା। ପୂର୍ବରୁ  ସିଦ୍ଧୁ ଆମ୍‌ ଆଦମୀ ପାର୍ଟିରେ ଯୋଗ ଯିବାକୁ ଚାହୁଁଥିଲେ, ତେବେ […]

_sindhu

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 02:19 PM IST

ଚଣ୍ଡୀଗଡ଼: କ୍ରିକେଟରରୁ ନେତା ହୋଇଥିବା ନବଜିତ୍‌ ସିଦ୍ଧୁ ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ତାଙ୍କ  ଇସ୍ତଫା ପତ୍ର ପଠାଇଛନ୍ତି। କିଛି ଦିନ ତଳେ ସିଦ୍ଦୁ ନିଜର ରାଜନୈତିକ ଦଳ ‘ଆୱାଜ୍-ଏ-ପଞ୍ଚାବ’କୁ ଉଦ୍‌ଘାଟନ କରିଥିଲେ।

ରାଜ୍ୟସଭା ସଦସ୍ୟ ଥିବା ସିଦ୍ଧୁ ଗତ ୧୮ ଜୁଲାଇରୁ ନିଜର ପଦ ଛାଡ଼ିବା ପରେ ବିଜେପିରୁ ଛଡ଼ିବା ନେଇ କଳ୍ପନା ଜଳ୍ପନା ଚାଲିଥିଲା।

ପୂର୍ବରୁ  ସିଦ୍ଧୁ ଆମ୍‌ ଆଦମୀ ପାର୍ଟିରେ ଯୋଗ ଯିବାକୁ ଚାହୁଁଥିଲେ, ତେବେ କିଛି କଥାକୁ ନେଇ କେଜ୍ରିୱାଲଙ୍କ ସହ ସହମତି ନ ହେବାରୁ ସେ ଆପ୍‌ରେ ଯୋଗ ଦେଇ ନ ଥିଲେ।

ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି  ଗତ ସପ୍ତାହରେ ସିଦ୍ଧୁ ନିଜର ରାଜନୈତିକ ଦଳ ‘ଆୱାଜ୍‌-ଏ ପଞ୍ଜାବ’  ଘୋଷଣା କରିଥିଲେ।

ସିଦ୍ଧୁ କହିଛନ୍ତି,“ କେଜ୍ରିୱାଲ ମୋତେ ସୋ ପିସ୍‌ କରିବାକୁ ଚାହୁଁଥିଲେ।  ନିର୍ବାଚନ ନ ଲଢି କେବଳ ଦଳ ପାଇଁ ପ୍ରଚାର କରିବାକୁ କହିଥିଲେ। ଆଉ ମୋ ପତ୍ନୀଙ୍କୁ ମନ୍ତ୍ରୀ ପଦ ଦେବାକୁ କହିଥିଲେ।”

ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାବ ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଦଳ ସମସ୍ତ ୧୧୭ ସିଟ୍‌ ପାଇଁ ଲଢ଼ିବ।

Related story