କରୋନା ପାଇଁ ବିଜେପି କର୍ମୀଙ୍କୁ ୧୦୦ ଟଙ୍କା ଲେଖାଏ ଦେବାକୁ ନଡ୍ଡାଙ୍କ ଅନୁରୋଧ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଗଠନ କରିଛନ୍ତି। ଏହି ଫଣ୍ଡକୁ ଅନେକ ଲୋକ ଟଙ୍କା ଦେଇ କରୋନା ମୁକାବିଲାରେ ସାମିଲ ହେଉଛନ୍ତି। ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି କର୍ମୀମାନଙ୍କୁ ନୂଆ ନିବେଦନ କରିଛନ୍ତି। ଏକ ଭିଡିଓ ଜାରି କରି ନଡ୍ଡା କହିଛନ୍ତି, “କରୋନା ଏବେ ମହାମାରୀ ରୂପ ନେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକାଠି ହୋଇ ଲଢ଼େଇ […]

ui

Hemant Lenka
  • Published: Monday, 30 March 2020
  • , Updated: 30 March 2020, 06:48 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଗଠନ କରିଛନ୍ତି। ଏହି ଫଣ୍ଡକୁ ଅନେକ ଲୋକ ଟଙ୍କା ଦେଇ କରୋନା ମୁକାବିଲାରେ ସାମିଲ ହେଉଛନ୍ତି।

ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି କର୍ମୀମାନଙ୍କୁ ନୂଆ ନିବେଦନ କରିଛନ୍ତି। ଏକ ଭିଡିଓ ଜାରି କରି ନଡ୍ଡା କହିଛନ୍ତି, “କରୋନା ଏବେ ମହାମାରୀ ରୂପ ନେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକାଠି ହୋଇ ଲଢ଼େଇ କରିବାକୁ ପଡ଼ିବ। ବିଜେପି କର୍ମୀମାନେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ସହାୟତା କରନ୍ତୁ।

ଏଥିସହ ସମସ୍ତ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅତି କମରେ ୧୦୦ ଟଙ୍କା ଲେଖାଏ ଦେବା ଦରକାର। ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇ ଅଧିକ ସଶକ୍ତ ହୋଇପାରିବ।”

Related story