ନାଗାଲ୍ୟାଣ୍ଡରେ ପ୍ରବେଶ କଲା କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଦେଶର ଆଉ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି। ପ୍ରଥମଥର ପାଇଁ କରୋନା ନାଗାଲ୍ୟାଣ୍ଡରେ ତା’ର ଉପସ୍ଥିତି ଜାହିର କରିଛି। ଏଠାକାର ଜଣେ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରେ ଜ୍ୱର ଲାଗି ରହିବା ସହ କାଶ ହେଉଥିଲା। ଏହି କାରଣରୁ ତାଙ୍କୁ ଆସାମର ଗୌହାଟୀରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର […]

i

Hemant Lenka
  • Published: Monday, 13 April 2020
  • , Updated: 13 April 2020, 04:48 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଦେଶର ଆଉ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି। ପ୍ରଥମଥର ପାଇଁ କରୋନା ନାଗାଲ୍ୟାଣ୍ଡରେ ତା’ର ଉପସ୍ଥିତି ଜାହିର କରିଛି। ଏଠାକାର ଜଣେ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରେ ଜ୍ୱର ଲାଗି ରହିବା ସହ କାଶ ହେଉଥିଲା।

ଏହି କାରଣରୁ ତାଙ୍କୁ ଆସାମର ଗୌହାଟୀରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେହିପରି ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେଗୁଡ଼ିକୁ ମଧ୍ୟ ଖୋଜା ଯାଉଛି।

Related story