ଦେଶ ବିରୋଧୀ ମତ ରଖୁଥିବା ଯୁବକଙ୍କୁ ନିଯୁକ୍ତି ଦେଇଥିଲା ଜୈଶ୍‌, ପୁଲ୍‌ୱାମା ପରି ଆକ୍ରମଣ ପାଇଁ ରଚିଥିଲା ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଅନ୍‌ଲାଇନରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ଦେଇଥିଲା। ଯୋଜନା ଥିଲା ପୁଲ୍‌ୱାମା ପରି ହମ୍‌ଲାର। ଜମ୍ମୁ-କଶ୍ମୀର ପୁଲିସ୍‌ ଏବଂ ସିଆରପିଏଫ୍‌ର ମିଳିତ ଅପରେସନ୍‌ରେ ନଗ୍ରୋଟା କରାଯାଇଥିବା ଏନ୍‌କାଉଣ୍ଟର ଏହାକୁ ପଣ୍ଡ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଜାନୁଆରୀ ୩୧ର ଏହି ନଗ୍ରୋଟା ଏନ୍‌କାଉଣ୍ଟର ଘଟଣା ପରେ ତଦନ୍ତ ଚାଲୁ ରହିଥିଲା। ଏବେ ଜଣାପଡ଼ିଛି […]

Lone

Lone

Subrat Kumar Nayak
  • Published: Thursday, 20 February 2020
  • Updated: 20 February 2020, 06:58 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଅନ୍‌ଲାଇନରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ଦେଇଥିଲା। ଯୋଜନା ଥିଲା ପୁଲ୍‌ୱାମା ପରି ହମ୍‌ଲାର। ଜମ୍ମୁ-କଶ୍ମୀର ପୁଲିସ୍‌ ଏବଂ ସିଆରପିଏଫ୍‌ର ମିଳିତ ଅପରେସନ୍‌ରେ ନଗ୍ରୋଟା କରାଯାଇଥିବା ଏନ୍‌କାଉଣ୍ଟର ଏହାକୁ ପଣ୍ଡ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୩ ଜଣଙ୍କୁ ଗିରଫ କରାଯାଇଥିଲା।

ଜାନୁଆରୀ ୩୧ର ଏହି ନଗ୍ରୋଟା ଏନ୍‌କାଉଣ୍ଟର ଘଟଣା ପରେ ତଦନ୍ତ ଚାଲୁ ରହିଥିଲା। ଏବେ ଜଣାପଡ଼ିଛି କେବଳ ତାଲିମ ଦେଇ ଆତଙ୍କବାଦୀ ପଠାଯାଉନି, ବରଂ ସୋଶାଲ ମିଡିଆରୁ ଉଗ୍ର ଯୁବକଙ୍କୁ ଖୋଜି ଖୋଜି ନିୟୋଜିତ କରାଯାଉଛି। ପୁଲିସ୍‌ ୨୦ ବର୍ଷ ବୟସ୍କର ବିଏସ୍‌ସି ଛାତ୍ର ସୁହୀଲ ଜାଭେଦ୍‌ ଲୋନ୍‌କୁ ଗିରଫ କରିବା ପରେ ଏଭଳି ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି। ସେ ଘରକୁ ଯାଇଥିବା ସମୟରେ ତା’କୁ ବଡ଼ଗାମ୍‌ରୁ ଗିରଫ କରାଯାଇଥିଲା।

ଏନ୍‌କାଉଣ୍ଟର ସ୍ଥଳରୁ ୩ ଜଣଙ୍କ ହତ୍ୟା ଏବଂ ୩ ଜଣଙ୍କୁ ଗିରଫ କରାଯିବା ପରେ ସୁହୀଲ ଲିଙ୍କ ବିଷୟରେ ଜଣାପଡ଼ିଥିଲା। ଏଥିରେ ଗିରଫ ହୋଇଥିବା ସମୀର ଅହମ୍ମଦ ଦର୍ ଏବଂ ତା’ର ସ୍ଥାନୀୟ ସହଯୋଗୀ ଭିପିଏନ୍‌ ବ୍ୟବହାର କରି ପାକିସ୍ତାନ ସହ ଯୋଗାଯୋଗରେ ଥିଲେ।

ସମୀର ସହ ପାକିସ୍ତାନର କରାଚି, ସିଆଲକୋଟ୍‌ ଏବଂ ଲାହୋର ଆଦିରେ ରହି ଆତଙ୍କୀ କାରବାର ଚଲାଉଥିବା କମାଣ୍ଡର ଅବୁ ହମ୍‌ଜା ଏବଂ ଅବୁ ବକର୍‌ ଯୋଗାଯୋଗରେ ଥିଲେ।ମିଳିଥିବା ସୂଚନା ଅନୁଯାୟୀ, ଅବୁ ହମ୍‌ଜାର ନିର୍ଦ୍ଦେଶରେ ୨ ଜଣ ସ୍ଥାନୀୟ ସହଯୋଗୀଙ୍କୁ ନେଇ ଏକ ଟ୍ରକ୍‌ରେ ସମୀର ସାମ୍ବା ସେକ୍ଟର ଆଡ଼କୁ ଯାଇଥିଲା। ପୂର୍ବ ନିର୍ଦ୍ଧାରିତ ପିକ୍‌ଅପ୍‌ ପଏଣ୍ଟକୁ ଯାଇଥିଲା। ଭିପିଏନ୍‌ ସହାୟତାରେ ହିଁ ଯୋଗାଯୋଗ କରି ୩ ଜଣ ପାକିସ୍ତାନ ଆତଙ୍କବାଦୀଙ୍କୁ ନେଇ ସମୀର ବନ୍‌ ଟୋଲ୍‌ ଆଡ଼କୁ ବାହାରିଥିଲା। କିନ୍ତୁ ସେତେବେଳେ ଆଉ ଭିପିଏନ୍‌ କାମ କରିନଥିଲା।

ଜୈଶ ଏକା ସାଥିରେ ୨ଟି ଯୋଜନା କରିଥିଲା। ଗୋଟିଏ ହେଉଛି ୩ ଆତଙ୍କବାଦୀଙ୍କୁ ପଠାଇବା ଏବଂ ଅନ୍ୟଟି ହେଉଛି ପୁଲ୍‌ୱାମା ପରି ବିସ୍ଫୋରଣ। ୩ ଜଣ ଆତଙ୍କବାଦୀ ୪-୫ କେଜିର ଆରଡିଏକ୍ସ ଆଣିଥିଲେ, ଯାହାକି ସାମ୍ବାଠାରେ ବିସ୍ଫୋରଣ କରାଯିବାର ଥିଲା। କିନ୍ତୁ ସମୀର ଭୁଲିଯାଇଥିଲା ଏବଂ ଭିପିଏନ୍‌ ମଧ୍ୟ କାମ କରୁନଥିଲା। ତେଣୁ ଏହି ଯୋଜନା ବାସ୍ତବ ରୂପ ନେଇପାରିନଥିଲା।

ତେବେ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି ଅନ୍‌ଲାଇନ୍‌ ରିକ୍ରୁଟ୍‌ମେଣ୍ଟ। ଏଥିପାଇଁ ଆଧାର ଥିଲା ଦେଶ ବିରୋଧୀ ହୋଇଥିବା। ଯାହାକି ସୁହୀଲ୍‌ର ସୋଶାଲ ମିଡିଆରୁ ନିଶ୍ଚିତ ହୋଇଯାଇଥିଲା ଜୈଶ। ସୁହେଲ୍‌ ହ୍ୱାଟ୍ସଆପ୍‌ ଜରିଆରେ ପାକିସ୍ତାନରେ ଥିବା ଜୈଶ କମାଣ୍ଡର ଏବଂ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରୁଥିଲା। ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ଆଦି ସ୍ଥାନରୁ ଏଭଳି ଯୁବକଙ୍କୁ ଖୋଜି ପାକିସ୍ତାନରେ ବସିଥିବା କମାଣ୍ଡର ଜମ୍ମୁ-କଶ୍ମୀର ନେଟ୍‌ୱର୍କ ଚଲାଉଥିବା ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story