ଲଣ୍ଡନ: ନାଇଜେରିଆର ଉତ୍ତରପୂର୍ବରେ ଥିବା ଗୋମ୍ବେ ସହରରେ ଗୁରୁବାର ଏକ ବଜାରରେ ଦୁଇଟି ବିସ୍ଫୋରଣ ଘଟି ୪୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।ପ୍ରଥମ ବିସ୍ଫୋରଣଟି ଘଟିଥିଲା ଏକ ଜନଗହଳିପୂର୍ଣ୍ଣ ଜୋତା ଦୋକାନରେ। ଏହାର କିଛି ମିନିଟ୍ ପରେ ଏକ ଚାଇନିଜ୍ ଦୋକାନ ବାହାରେ ଘଟିଥିଲା ଆଉ ଏକ ବିସ୍ଫୋରଣ।ଏହି ଦୁଇଟି ବିସ୍ଫୋରଣ ବେଳେ ବଜାରରେ ଲୋକଙ୍କ ଗହଳି ଲାଗିଥିଲା। ଇଦ୍ ପର୍ବ ପାଇଁ ଲୋକେ ଜିନିଷପତ୍ର କିଣିବା ପାଇଁ ଆସିଥିଲେ।
ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମୁଦୁ ବୁହାରୀ ନୂଆ ସେନା ମୁଖ୍ୟ ନିଯୁକ୍ତ କରିବାର ଦୁଇ ଦିନ ପରେ ଘଟିଛି ଏହି ବିସ୍ଫୋରଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।