ନାଇଜେରିଆ: ଦୁଇ ଯୁବତୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣ, ୩୦ ମୃତ

ନାଇଜେରିଆ(ବାଉଚି): ନାଇଜେରିଆର ସବୁଠୁ ଗହଳିପୂର୍ଣ୍ଣ ସହର ମାଇଦିଗୁରୀରେ ଆତ୍ମଘାତି ବୋମା ବିସ୍ପୋରଣ ଘଟି ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି।ସହର ଉତ୍ତରପୂର୍ବ ଅଞ୍ଚଳରେ ଜନଗହଳୀପୂର୍ଣ୍ଣ ବାଗା ରୋଡରେ ଥିବା ମାଛ ମାର୍କେଟରେ ମଙ୍ଗଳବାର ଅପରାହ୍ଣରେ ଦୁଇଜଣ ଯୁବତୀ ଏହି ଆତ୍ମଘାତି ବୋମା ବିସ୍ଫୋରଣ କରିଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା, ପବିତ୍ର ରମଜାନ ଚାଲିଥିବାରୁ ଅପରାହ୍ଣରେ ପ୍ରାର୍ଥନା ପରେ ଲୋକମାନେ ବହାରକୁ ଆସୁଥିବାବେଳେ ଜଣେ ଯୁବତୀ ହଠାତ ବିସ୍ଫୋରଣ ଘଟାଇଥିଲେ।ଦ୍ୱିତୀୟ ଯୁବତୀଜଣକ […]

boko-2

Rakesh Mallick
  • Published: Tuesday, 23 June 2015
  • , Updated: 04 May 2017, 03:45 PM IST

ନାଇଜେରିଆ(ବାଉଚି): ନାଇଜେରିଆର ସବୁଠୁ ଗହଳିପୂର୍ଣ୍ଣ ସହର ମାଇଦିଗୁରୀରେ ଆତ୍ମଘାତି ବୋମା ବିସ୍ପୋରଣ ଘଟି ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି।ସହର ଉତ୍ତରପୂର୍ବ ଅଞ୍ଚଳରେ ଜନଗହଳୀପୂର୍ଣ୍ଣ ବାଗା ରୋଡରେ ଥିବା ମାଛ ମାର୍କେଟରେ ମଙ୍ଗଳବାର ଅପରାହ୍ଣରେ ଦୁଇଜଣ ଯୁବତୀ ଏହି ଆତ୍ମଘାତି ବୋମା ବିସ୍ଫୋରଣ କରିଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା, ପବିତ୍ର ରମଜାନ ଚାଲିଥିବାରୁ ଅପରାହ୍ଣରେ ପ୍ରାର୍ଥନା ପରେ ଲୋକମାନେ ବହାରକୁ ଆସୁଥିବାବେଳେ ଜଣେ ଯୁବତୀ ହଠାତ ବିସ୍ଫୋରଣ ଘଟାଇଥିଲେ।ଦ୍ୱିତୀୟ ଯୁବତୀଜଣକ ମାଇଦିଗୁରୀର ଏକ ରନ୍ ୱେରେ ବୋମା ବିସ୍ଫୋରଣ କରି ନିଜେ ପ୍ରାଣ ହରାଇଛନ୍ତି ।ଗତ କିଛିଦିନ ହେବ ବୋକୋହାରାମ ଆତଙ୍କବାଦୀ ଅନୁଷ୍ଠାନ ୧୦୦ରୁ ଅଧିକ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହରଣ କରିଥିବା ଯୁବତୀ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାର ଭୟ ଦେଖାଇ ଏହିପରି ବିଷ୍ଫୋରଣ ଘଟାଉଥିବା ଜଣାପଡିଛି।ଏହାକୁ ମିଶାଇ ସହରରେ ଚତୁର୍ଥ ଥର ପାଇଁ ବିସ୍ଫୋରଣ ଘଟାଇଛି ବୋକୋହାରାମର ରକ୍ଷଣଶୀଳ ଆତଙ୍କବାଦୀ ସଂଘଠନ।

Related story