#MeToo : ‘ହର୍ଣ୍ଣ ଓକେ’ ପାଇଁ ନାନା ‘ହାଉସ୍‌ଫୁଲ୍‌-୪’ରୁ ଆଉଟ୍‌

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍ ତନୁଶ୍ରୀ ଦତ୍ତଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ଅଭିନେତା ନାନା ପାଟେକରଙ୍କର ଡର ନଥିବା ବାହାରକୁ ଜଣାପଡ଼ୁଥିଲେ ହେଁ ତାଙ୍କୁ ପ୍ରଥମ ଝଟ୍‌କା ଲାଗିସାରିଛି। ‘ହର୍ଣ୍ଣ ଓକେ ପ୍ଲିଜ୍’ର ଶୁଟିଂ ସେଟ୍‌ର ଏହି ଘଟଣା ବାବଦରେ ବେଶ୍‌ କିଛି ବର୍ଷ ପରେ ତନୁଶ୍ରୀ ମୁହଁ ଖୋଲିବା ପରେ ଏବେ ନାନା ‘ହାଉସ୍‌ଫୁଲ୍‌-୪’ ଫିଲ୍ମରୁ ବାଦ୍‌ ପଡ଼ିଛନ୍ତି। ତନୁଶ୍ରୀ ଖୋଲାଖୋଲି ଅଭିଯୋଗ କରିବା ଦେଖି ଏବେ ଅନେକ ମଡେଲ ଏବଂ […]

nana-housefull

Hemant Lenka
  • Published: Friday, 12 October 2018
  • , Updated: 12 October 2018, 10:52 PM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍ ତନୁଶ୍ରୀ ଦତ୍ତଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ଅଭିନେତା ନାନା ପାଟେକରଙ୍କର ଡର ନଥିବା ବାହାରକୁ ଜଣାପଡ଼ୁଥିଲେ ହେଁ ତାଙ୍କୁ ପ୍ରଥମ ଝଟ୍‌କା ଲାଗିସାରିଛି। ‘ହର୍ଣ୍ଣ ଓକେ ପ୍ଲିଜ୍’ର ଶୁଟିଂ ସେଟ୍‌ର ଏହି ଘଟଣା ବାବଦରେ ବେଶ୍‌ କିଛି ବର୍ଷ ପରେ ତନୁଶ୍ରୀ ମୁହଁ ଖୋଲିବା ପରେ ଏବେ ନାନା ‘ହାଉସ୍‌ଫୁଲ୍‌-୪’ ଫିଲ୍ମରୁ ବାଦ୍‌ ପଡ଼ିଛନ୍ତି।

ତନୁଶ୍ରୀ ଖୋଲାଖୋଲି ଅଭିଯୋଗ କରିବା ଦେଖି ଏବେ ଅନେକ ମଡେଲ ଏବଂ ଅଭିନେତ୍ରୀ ମୁହଁ ଖୋଲିବାକୁ ଆରମ୍ଭ କରିଛନ୍ତି। ଆଉ ଏହି ତାଲିକାରେ ‘ହାଉସ୍‌ଫୁଲ୍‌-୪’ ଫିଲ୍ମ ନିର୍ମାତା ସାଜିଦ୍‌ ଖାନ୍‌ଙ୍କ ନମା ମଧ୍ୟ ଯୋଡ଼ିହେବା ପରେ ଅଭିନେତା ଅକ୍ଷୟ କୁମାର ମଧ୍ୟ ଏଥିରୁ ଓହରିଯିବା ନେଇ ଘୋଷଣା କରିଥିଲେ।

ସେ ଏନେଇ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ଭାରତରେ ପହଞ୍ଚି ଖବରକାଗଜରୁ ଏପରି ଘଟଣା ସବୁ ବାବଦରେ ଜାଣିଲି। ଏହାପରେ ପ୍ରଯୋଜକଙ୍କୁ ଜଣାଇ ଦେଇଛି, ତଦନ୍ତ ନସରିବା ଯାଏ ଶୁଟିଂରେ ଯୋଗ ଦେବିନି। ଯେଉଁମାନେ ବି ଏଭଳି ଘଟଣାର ଶିକାର ହେଇଛନ୍ତି ସେମାନଙ୍କୁ ନ୍ୟାୟ ମିଳୁ।

ଅକ୍ଷୟ କୁମାରଙ୍କ ଏହି ବୟାନ ପରେ ହିଁ ଜାଣିବାକୁ ମିଳିଛି ଯେ ନାନା ପାଟେକର ଏହି ଫିଲ୍ମରୁ ନିଜଆଡ଼ୁ ଓହରି ଯାଇଛନ୍ତି।

Related story