ନୂଆଦିଲ୍ଲୀ: ଶୁକ୍ରବାର ଗୁରୁଦ୍ୱାରା ନାନକାନା ସାହିବ୍ ଚାରିପଟୁ କିଛି ମୁସଲିମ୍ ନାଗରିକ ପଥର ମାଡ଼ କରିଛନ୍ତି। ଫଳରେ ଶିଖ୍ ଅନୁଗାମୀମାନେ ସେଠାରେ ଅଟକି ରହିଛନ୍ତି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଏହାର ନେତୃତ୍ୱ ମହମ୍ମଦ ହାସନ୍ର ପରିବାର ଲୋକ ନେଉଥିଲେ। ହାସନ୍ କିଛି ଦିନ ତଳେ ଏହି ଗୁରୁଦ୍ୱାରର ଗ୍ରନ୍ଥିଙ୍କ ଝିଅ ଜଗଜିତ କୌରଙ୍କୁ ଅପପହରଣ କରିବା ସହ ଧର୍ମ ପରିବର୍ତ୍ତନ କରାଇଥିବା ଅଭିଯୋଗ ହୋଇଥିଲା।
ଶୁକ୍ରବାର ୭ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହି ଉତ୍ତ୍ୟକ୍ତ ଲୋକେ ଗୁରୁଦ୍ୱାରକୁ ଘେରି ରହିଥିଲେ। ସେମାନେ ଏହାକୁ ଧ୍ୱଂସ କରିଦେବେ ବୋଲି ମଧ୍ୟ ଧମକାଇଥିଲେ।
ଘଟଣାସ୍ଥଳର ଏକ ଭିଡିଓ ମଧ୍ୟ ଆସିଛି ଯେଉଁଥିରେ ସେମାନେ ଗୁରୁଦ୍ୱାରର ଉପସ୍ଥିତିକୁ ଗ୍ରହଣ କରୁନଥିବା କହୁଛନ୍ତି। ସେମାନେ ଏହି ସ୍ଥାନର ନାମ ନାନକାନା ସାହିବ ବଦଳରେ ଗୁଲାମନ୍ଇ ମୁସ୍ତାଫା କରିଦେବେ ବୋଲି ଧମକାଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହୁଛି, ନାନକାନାରେ କେହି ମଧ୍ୟ ଶିଖ୍ ରହିବେନାହିଁ।
https://twitter.com/capt_amarinder/status/1213104473121255424?s=20
ଏହି ଅଭିଯୋଗ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, “ଇମ୍ରାନ୍ ଖାନ୍ଙ୍କୁ ନିବେଦନ କରୁଛି ସେ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଏବଂ ଅଟକି ରହିଥିବା ଶିଖ୍ମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣନ୍ତୁ।”
ଶିରୋମଣି ଅକାଳୀ ଦଳ ପକ୍ଷରୁ ଏହାର ମୁଖ୍ୟ ପ୍ରକାଶ ସିଂହ ବାଦଲ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଗୁରୁ ନାନକଙ୍କ ଜନ୍ମସ୍ଥାନରେ ଥିବା ଗୁରୁଦ୍ୱାର ଉପରେ ଏଭଳି ସଂଘବଦ୍ଧ ଆକ୍ରମଣ ନିନ୍ଦନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।