ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ ଶିବରାଜ ପାଟିଲ 

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା  ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ ବାଟଲା ହାଉସ୍ ଏନକାଉଣ୍ଟର ନେଇ କଂଗ୍ରେସ ନେତାମାନେ କରିଥିବା ତଦନ୍ତ ଦାବିକୁ ସେ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, “ମୋଦି ସରକାର  ଅନେକ ବଡ଼  ପଦକ୍ଷେପ ଉଠାଇଛନ୍ତି ଯାହା ବହୁତ ଭଲ। ମୋଦି ସରକାରଙ୍କୁ  ଅଧିକ ସମୟ ଦିଆଯିବା ଦରକାର।” ବାଟଲା ହାଉସ୍ ଏନକାଉଣ୍ଟର ସଂପର୍କରେ ସେ କହିଛନ୍ତି,“ ବାଟଲା ହାଉସ୍ ଏନକାଉଣ୍ଟରକୁ […]

shivraj_

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 09:35 AM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା  ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ ବାଟଲା ହାଉସ୍ ଏନକାଉଣ୍ଟର ନେଇ କଂଗ୍ରେସ ନେତାମାନେ କରିଥିବା ତଦନ୍ତ ଦାବିକୁ ସେ ନାପସନ୍ଦ କରିଛନ୍ତି।

ସେ କହିଛନ୍ତି, “ମୋଦି ସରକାର  ଅନେକ ବଡ଼  ପଦକ୍ଷେପ ଉଠାଇଛନ୍ତି ଯାହା ବହୁତ ଭଲ। ମୋଦି ସରକାରଙ୍କୁ  ଅଧିକ ସମୟ ଦିଆଯିବା ଦରକାର।”

ବାଟଲା ହାଉସ୍ ଏନକାଉଣ୍ଟର ସଂପର୍କରେ ସେ କହିଛନ୍ତି,“ ବାଟଲା ହାଉସ୍ ଏନକାଉଣ୍ଟରକୁ ନେଇ  ମୋର  କୌଣସି ସନ୍ଦେହ ନାହିଁ।  କାରଣ ଏହା ମିଥ୍ୟା ଏନ୍‌କାଉଣ୍ଟର ନ ଥିଲା। ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇବା  ଭୁଲ୍।”

ଦିଗବିଜୟ ସିଂହଙ୍କ ସମେତ ବହୁ ନେତା ଏହି ଏନକାଉଣ୍ଟରକୁ  ମିଥ୍ୟା ବୋଲି ଦର୍ଶାଇ ଏହାର ତଦନ୍ତ ଦାବି କରିଥିଲେ।

ଶିବରାଜ କହିଛନ୍ତି, “କଂଗ୍ରେସରେ ଏବେ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦଳରେ ଏବେ ଆଗଧାଡ଼ିରେ ପରିବର୍ତ୍ତନ ଲୋଡ଼ା।”

Related story