ମୋଦି ଓ ଶାହଙ୍କ ଲିଡ୍‌ ବଢ଼ୁଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ନିଜ ଆସନରେ ବିଜୟୀ ହେବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ମୋଦି ତାଙ୍କ ବାରାଣସୀ ଆସନରୁ ପ୍ରାୟ ୨୦ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ଏଠାରେ କଂଗ୍ରେସ ଅଜିତ ରାୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ମୋଦିଙ୍କ ଆଗରେ ସେ ରେସ୍‌କୁ ଆସି ପାରି ନାହାନ୍ତି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ୍‌ ଗାନ୍ଧି ନଗରରୁ […]

u

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 10:19 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ନିଜ ଆସନରେ ବିଜୟୀ ହେବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ମୋଦି ତାଙ୍କ ବାରାଣସୀ ଆସନରୁ ପ୍ରାୟ ୨୦ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି।

ଏଠାରେ କଂଗ୍ରେସ ଅଜିତ ରାୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ମୋଦିଙ୍କ ଆଗରେ ସେ ରେସ୍‌କୁ ଆସି ପାରି ନାହାନ୍ତି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ୍‌ ଗାନ୍ଧି ନଗରରୁ ପ୍ରାର୍ଥୀ ହୋଇଥିଲେ।

ଏଠାରେ ଶାହ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଠାରୁ ୫୦ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ୨୦୧୪ରେ ବିଜେପି ଗାନ୍ଧି ନଗର ଆସନରୁ ଦଳର ବରିଷ୍ଠ ନେତା ଏଲକେ ଆଡଭାନୀଙ୍କୁ ପ୍ରାର୍ଥୀ କରିଥିଲା।
ଏନ୍‌ଡିଏ ୩୨୮ଟି ଆସନରେ ଲିଡ୍‌ କରୁଥିବା ବେଳେ ଏକାକୀ ବିଜେପି ୨୭୨ଟି ସିଟ୍‌ରେ ଆଗରେ ରହିଛି।

Related story