ଆଜି ମୋଦି-ଟ୍ରମ୍ପ ସାକ୍ଷାତ

ୱାଶିଂଟନ୍‌: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହେବ। ଏଥିରେ ମୁଖ୍ୟତଃ ଆତଙ୍କବାଦ, ସାମରିକ ସହଯୋଗ ଏବଂ ବାଣିଜ୍ୟ ଭଳି ମୁଖ୍ୟ ପ୍ରସଙ୍ଗ ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଆଲୋଚନା ପୂର୍ବରୁ ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ। ମୋଦିଙ୍କ ଭଳି ଜଣେ ପ୍ରକୃତ ବନ୍ଧୁଙ୍କ ସହ […]

-narendra-modi-donald-trump-

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 08:30 AM IST

ୱାଶିଂଟନ୍‌: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହେବ। ଏଥିରେ ମୁଖ୍ୟତଃ ଆତଙ୍କବାଦ, ସାମରିକ ସହଯୋଗ ଏବଂ ବାଣିଜ୍ୟ ଭଳି ମୁଖ୍ୟ ପ୍ରସଙ୍ଗ ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଆଲୋଚନା ପୂର୍ବରୁ ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ। ମୋଦିଙ୍କ ଭଳି ଜଣେ ପ୍ରକୃତ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବା ସହ ମୋଦିଙ୍କ ଗସ୍ତ ଏବଂ ହ୍ୱାଇଟ ହାଉସରେ ତାଙ୍କୁ ସ୍ୱାଗତ କରିବା ଲାଗି ସେ ଉତ୍ସାହୀ ଥିବା ଟ୍ରମ୍ପ ଟ୍ୱିଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଲୋଚନାକୁ ନେଇ ଅତ୍ୟନ୍ତ ଉତ୍ସାହୀ ଥିବା ଏବଂ ଟ୍ରମ୍ପ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଅପେକ୍ଷା କରିଥିବାରୁ ଏଥିଲାଗି ତାଙ୍କୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି।

 

Related story