ମହାବଳୀପୁରମ୍‌ର ଐତିହ୍ୟ ଦେଖିଲେ ଜିନ୍‌ପିଙ୍ଗ-ମୋଦି

ଚେନ୍ନାଇ: ଅନୌପଚାରିକ ବୈଠକ ପାଇଁ ୨ ଦିନିଆ ଗସ୍ତରେ ଭାରତ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆଜି ଚେନ୍ନାଇ ନିକଟସ୍ଥ ମହାବଳୀପୁରମ୍‌ ପହଞ୍ଚିଛନ୍ତି। ଚେନ୍ନାଇଠାରୁ ୫୦ କିଲୋମିଟର ଦୂର ଐତିହ୍ୟ ସହର ମହାବଳୀପୁରମ୍‌ରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ଦୁହେଁ ବେଶ କିଛି ସମୟ ଏକାଠି କାଟିଛନ୍ତି। ଜିନ୍‌ପିଙ୍ଗଙ୍କୁ ଭେଟିବା ପୂର୍ବରୁ ହିଁ ମୋଦି କହିଥିଲେ ଏହି ଭେଟ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାରେ ଯଥେଷ୍ଟ ସହାୟକ ହେବ। ଜିନ୍‌ପିଙ୍ଗ ମହାବଳୀପୁରମ୍‌ […]

modi

modi

Subrat Kumar Nayak
  • Published: Friday, 11 October 2019
  • Updated: 11 October 2019, 10:17 PM IST

Sports

Latest News

ଚେନ୍ନାଇ: ଅନୌପଚାରିକ ବୈଠକ ପାଇଁ ୨ ଦିନିଆ ଗସ୍ତରେ ଭାରତ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆଜି ଚେନ୍ନାଇ ନିକଟସ୍ଥ ମହାବଳୀପୁରମ୍‌ ପହଞ୍ଚିଛନ୍ତି। ଚେନ୍ନାଇଠାରୁ ୫୦ କିଲୋମିଟର ଦୂର ଐତିହ୍ୟ ସହର ମହାବଳୀପୁରମ୍‌ରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ଦୁହେଁ ବେଶ କିଛି ସମୟ ଏକାଠି କାଟିଛନ୍ତି। ଜିନ୍‌ପିଙ୍ଗଙ୍କୁ ଭେଟିବା ପୂର୍ବରୁ ହିଁ ମୋଦି କହିଥିଲେ ଏହି ଭେଟ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାରେ ଯଥେଷ୍ଟ ସହାୟକ ହେବ।

ଜିନ୍‌ପିଙ୍ଗ ମହାବଳୀପୁରମ୍‌ ପହଞ୍ଚିବା ପରେ ସେ ମୋଦିଙ୍କ ସହ ଏହି ସହରର ୩ଟି ପ୍ରମୁଖ ଐତିହ୍ୟ ଅର୍ଜୁନ୍‌ ପ୍ରାୟଶ୍ଚିତ ସ୍ଥଳୀ, ପଞ୍ଚ ରଥ ଏବଂ ଶୋର ମନ୍ଦିର ବୁଲିଥିଲେ। ଅନୁବାଦକଙ୍କ ସହାୟତା ନେଇ ମୋଦି ଜିନ୍‌ପିଙ୍ଗଙ୍କୁ ଏହି ଐତିହ୍ୟ ସବୁର ମହତ୍ତ୍ୱ ଏବଂ ଚାଇନା ସହ ଏସବୁର ସମ୍ପର୍କ ବାବଦରେ ବୁଝାଇଥିଲେ। ଏହି ଐତିହ୍ୟସ୍ଥଳୀର ବିଭିନ୍ନ ପ୍ରସ୍ତର କାରୁକାର୍ଯ୍ୟ ପଲ୍ଲବ ରାଜବଂଶଙ୍କ ଦ୍ୱାରା ନିର୍ମିତ। ପଲ୍ଲବ ଶାସନ ସମୟରେ ଚାଇନା ସହ ଏହି ଅଞ୍ଚଳର ବାଣିଜ୍ୟିକ ସମ୍ପର୍କ ରହିଥିବା କଥିତ ଅଛି। ଏପରିକି ପରିବ୍ରାଜକ ହୁଏନ୍‌ସାଂ ମଧ୍ୟ ଏଠାକୁ ଆସିଥିବା ବହୁ ପୁସ୍ତକରେ ବର୍ଣ୍ଣିତ। ଭାରତର ବିଭିନ୍ନ ପ୍ରାନ୍ତକୁ ଗସ୍ତ ସମୟରେ ସେହି ଅଞ୍ଚଳର ପରିଧାନ ପିନ୍ଧିବାକୁ ପସନ୍ଦ କରୁଥିବା ମୋଦି ଏଥର ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧିଥିଲେ। ସେ ତାମିଲ ଶୈଳୀରେ ଧୋତି, ଶାର୍ଟ ଏବଂ ଉତ୍ତରୀୟ ପିନ୍ଧିଥିଲେ।

ମନ୍ଦିର ପ୍ରାଙ୍ଗଣରେ ବୁଲାବୁଲି ପରେ ଜିନ୍‌ପିଙ୍ଗଙ୍କ ସ୍ୱାଗତରେ ଆୟୋଜିତ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଭୟ ବସି ଉପଭୋଗ କରିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ରୁକ୍ମିଣୀ ଦେବୀ ଅରୁଣ୍ଡାଲେଙ୍କ ଦ୍ୱାରା ୧୯୩୬ ମସିହାରେ ସ୍ଥାପିତ କଳାକ୍ଷେତ୍ର ଗ୍ରୁପ୍‌ ଦ୍ୱାରା ଏହି ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସେମାନେ ଆଲାରିପୁ, ପୁରାପ୍ପାଡୁ, ସେତୁବନ୍ଧନମ୍‌ ଏବଂ ଭଜୋରେ ଭୈୟା ରାମ୍‌ ଗୋବିନ୍ଦ ହରି ଆଦି ୬ ପ୍ରକାର ପ୍ରଦର୍ଶନ ରହିଥିଲା। ୟୁନେସ୍କୋ ଐତିହ୍ୟ ସ୍ଥଳ ଶୋର ମନ୍ଦିରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୋଦି ଜିନ୍‌ପିଙ୍ଗଙ୍କୁ ନାଚିଆରକୋଲି ନାମକ ଏକ ଦୀପ ଏବଂ ସରସ୍ୱତୀଙ୍କ ଚିତ୍ର ଥିବା ତାଞ୍ଜାଭୌର ପେଣ୍ଟିଂ ଉପହାର ଦେଇଥିଲେ। ଏହି ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଜିନ୍‌ପିଙ୍ଗଙ୍କୁ ଭେଟିଛନ୍ତି।

ଏହି ଦୁଇଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୋଦି ଜିନ୍‌ପିଙ୍ଗଙ୍କ ପାଇଁ ରାତ୍ରଭୋଜନର ମଧ୍ୟ ଆୟୋଜନ କରିଥିଲେ। ଏଥିରେ ଦକ୍ଷିଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ସମ୍ବର ପରଶା ଯାଇଥିଲା। ଏହା ତାମିଲ ମାନଙ୍କର ଅତିପ୍ରିୟ ଖାଦ୍ୟ ସାମଗୀମଧ୍ୟରେ ସବୁଠାରୁ ଲୋକପ୍ରିୟ। ଏଥିରେ ଟମାଟୋ ଏବଂ ତେନ୍ତୁଳିରୁ ପ୍ରସ୍ତୁତ ଥକ୍କଲି ରସମ୍‌, କଡ଼ାଲାଇ କୋର୍ମା ଏବଂ ହାଲ୍‌ୱା ଆଦି ରହିଥିଲା।

ଆଜି ଉଭୟ ଏଭଳି ଭାବେ ଏକାଠି ୬ ଘଣ୍ଟା ବିତାଇବାର ଅଛି। ଆସନ୍ତାକାଲି ଅର୍ଥାତ ଶନିବାର ଉଭୟଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ଆୟୋଜିତ ହେବାର ଅଛି। ଫିଶରମ୍ୟାନ୍ସ୍ କେଭ୍ ରିସୋର୍ଟଠାରେ ଏହି ୪୦ ମିନିଟ୍ର ବୈଠକ ଆୟୋଜିତ ହେବ। ଆଲୋଚନା ପରେ ମୋଦି ଜିନ୍ପିଙ୍ଗଙ୍କୁ ମଧ୍ୟାହ୍ଣ ଭୋଜନରେ ଅପ୍ୟାୟିତ କରିବେ। ଏଥିରେ ମଧ୍ୟ ପାରମ୍ପରିକ ଝଲକ୍ ରହିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos