ନାସିକ୍ କୁମ୍ଭମେଳା ଆରମ୍ଭ

ନୂଆଦିଲ୍ଲୀ: ମହାରାଷ୍ଟ୍ର ନାସିକରେ ତ୍ରୟମ୍ୱକେଶ୍ୱର ସିଂହସ୍ଥ କୁମ୍ଭମେଳା ଆରମ୍ଭ ହୋଇଛି । ଧର୍ମ ଧ୍ୱଜାରୋହଣ ସମାରୋହ ସହ ସକାଳ ସାଢେ଼ ୬ଟାରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ଏହାପରେ ସାଧୁସନ୍ଥ ଓ ଭକ୍ତ ପବିତ୍ର ଗୋଦବରୀ ନଦୀରେ ବୁଡ଼ ପକାଇଥିଲେ। ଏଥର ନାସିକ କୁମ୍ଭମେଳା ଅବସରରେ ତିନି ଥର ସାହି ସ୍ନାନ ଅନୁଷ୍ଠିତ ହେବ। ଯେଉଁଥିରେ ପାଖାପାଖି ୧୦ କୋଟି ଲୋକ ବୁଡ଼ ପକାଇବା ସମ୍ଭାବନା ରହିଛି। ପ୍ରଥମ ସାହିସ୍ନାନ ରକ୍ଷାବନ୍ଧନ ଦିନ ଅନୁଷ୍ଠିତ ହେବ। ପ୍ରତି ୧୨ବର୍ଷରେ […]

nasik

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 06:53 AM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ନାସିକରେ ତ୍ରୟମ୍ୱକେଶ୍ୱର ସିଂହସ୍ଥ କୁମ୍ଭମେଳା ଆରମ୍ଭ ହୋଇଛି । ଧର୍ମ ଧ୍ୱଜାରୋହଣ ସମାରୋହ ସହ ସକାଳ ସାଢେ଼ ୬ଟାରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ଏହାପରେ ସାଧୁସନ୍ଥ ଓ ଭକ୍ତ ପବିତ୍ର ଗୋଦବରୀ ନଦୀରେ ବୁଡ଼ ପକାଇଥିଲେ। ଏଥର ନାସିକ କୁମ୍ଭମେଳା ଅବସରରେ ତିନି ଥର ସାହି ସ୍ନାନ ଅନୁଷ୍ଠିତ ହେବ। ଯେଉଁଥିରେ ପାଖାପାଖି ୧୦ କୋଟି ଲୋକ ବୁଡ଼ ପକାଇବା ସମ୍ଭାବନା ରହିଛି। ପ୍ରଥମ ସାହିସ୍ନାନ ରକ୍ଷାବନ୍ଧନ ଦିନ ଅନୁଷ୍ଠିତ ହେବ। ପ୍ରତି ୧୨ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ନାସିକ କୁମ୍ଭମେଳା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କୁମ୍ଭ ମେଳା ଉଦଘାଟନୀ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ବିଶ୍ୱାସ ରହିଛି ଦେବଗୁରୁ ବୃହସ୍ପତି ଯେବେ ସିଂହ ରାଶିରେ ଅବସ୍ଥାନ କରନ୍ତି ସେ ସମୟରେ ତ୍ରୟମ୍ୱକେଶ୍ୱର ନାସିକରେ ଅମୃତର ଛିଟା ପଡିଥାଏ। ତେଣୁ ଲକ୍ଷାଧିକ ସାଧୁସନ୍ଥ ଓ ଭକ୍ତ ଏହି ସମୟରେ ବୁଡ଼ ପକାଇବାକୁ ଗୋଦାବରୀ ନଦୀଘାଟକୁ ଆସିଥାନ୍ତି। ତେବେ ଅନ୍ୟ କୁମ୍ଭମେଳାମାନଙ୍କ ଭଳି ଏଠାକାର ପରମ୍ପରା ଅଲଗା। ଏଠାରେ ଦୁଇଟି ସ୍ଥାନରେ ସାହିସ୍ନାନ ଅନୁଷ୍ଠିତ ହୁଏ। ପ୍ରଥମଟି ଗୋଦାବରୀ ନଦୀର ପ୍ରକଟସ୍ଥଳ କୁଶାବର୍ତ୍ତ କୁଣ୍ଡ ଓ ଅନ୍ୟଟି ନାସିକର ରାମ ଘାଟ।

Related story