ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ପରିବେଷଣ ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିନେମା ହଲରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଙ୍ଗୀତ ପରିବେଷଣ ବାଧ୍ୟତାମୂଳକ କରାଯିବା ନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଜାତୀୟ ସଙ୍ଗୀତ ପରିବେଷଣ ବେଳେ ହଲରେ ସମସ୍ତ ଦର୍ଶକ ଛିଡ଼ା ହୋଇ ଏହାକୁ ସମ୍ମାନ ଦେବେ। ଜାତୀୟ ସଙ୍ଗୀତ ସହ ଜାତୀୟ ପତାକା ମଧ୍ୟ ସିନେମା ହଲ ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ। କୌଣସି ପ୍ରକାର ଆପତ୍ତିଜନକ ଜିନିଷ ଉପରେ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ପତାକା ଛପାଯାଇ ପାରିବ ନାହିଁ […]

indian_national_flag

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 03:05 PM IST

ନୂଆଦିଲ୍ଲୀ: ସିନେମା ହଲରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଙ୍ଗୀତ ପରିବେଷଣ ବାଧ୍ୟତାମୂଳକ କରାଯିବା ନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଜାତୀୟ ସଙ୍ଗୀତ ପରିବେଷଣ ବେଳେ ହଲରେ ସମସ୍ତ ଦର୍ଶକ ଛିଡ଼ା ହୋଇ ଏହାକୁ ସମ୍ମାନ ଦେବେ। ଜାତୀୟ ସଙ୍ଗୀତ ସହ ଜାତୀୟ ପତାକା ମଧ୍ୟ ସିନେମା ହଲ ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ।

କୌଣସି ପ୍ରକାର ଆପତ୍ତିଜନକ ଜିନିଷ ଉପରେ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ପତାକା ଛପାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଏହି ନିୟମକୁ ଆସନ୍ତା ୧୦ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story