୭୨ ଘଣ୍ଟା ପାଇଁ ସିଦ୍ଧୁଙ୍କ ପ୍ରଚାର ଉପରେ ରୋକ୍

ନୂଆଦିଲ୍ଲୀ: ଧର୍ମକୁ ଆଧାର କରି ଭୋଟ ଦେବା ପାଇଁ ଅପିଲ କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ନିର୍ବାଚନ କମିଶନ ୭୨ ଘଣ୍ଟା ପାଇଁ ତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ଏଥିସହ ଏହି ସମୟରେ ସେ କୌଣସି ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।   ଆଜି ସକାଳ ୧୦ଟାରୁ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ କଟକଣା ଲାଗୁ ହୋଇଛି। ସୂଚନାଯୋଗ୍ୟ, […]

sidhu 2

Subhransu Sekhar
  • Published: Tuesday, 23 April 2019
  • , Updated: 23 April 2019, 04:31 PM IST
ନୂଆଦିଲ୍ଲୀ: ଧର୍ମକୁ ଆଧାର କରି ଭୋଟ ଦେବା ପାଇଁ ଅପିଲ କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ନିର୍ବାଚନ କମିଶନ ୭୨ ଘଣ୍ଟା ପାଇଁ ତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ଏଥିସହ ଏହି ସମୟରେ ସେ କୌଣସି ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
 
ଆଜି ସକାଳ ୧୦ଟାରୁ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ କଟକଣା ଲାଗୁ ହୋଇଛି। ସୂଚନାଯୋଗ୍ୟ, ବିହାରରେ ଏପ୍ରିଲ ୧୬ ତାରିଖରେ ସପ୍ତାହରେ କଟିହାର ଜିଲ୍ଲାର ବରାରି ଏବଂ ବରଶୋଇରେ ଏକ ନିର୍ବାଚନୀ ରାଲିରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ବିଜେପି ବିରୋଧରେ ଭୋଟ ଦେବାକୁ ଅପିଲ କରିଥିଲେ।
 
ନବଜୋତ ସିଂହ ସିଦ୍ଧୁ କହିଥିଲେ ବିଜେପି ତୁମ ମାନଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଏଆଇଏମଆଇଏମ ଏଠି ପ୍ରଥମଥର ପାଇଁ ପ୍ରାର୍ଥୀ ଦେଇଛି।
 
ନିକଟରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଇସି ୭୨ ଘଣ୍ଚା ପାଇଁ ପ୍ରଚାର ଉପରେ ରୋକ ଲଗାଇଥିଲେ। ସେହିପରି ବିଏସପି ସୁପ୍ରିମୋ ମାୟାବତୀ, ବିଜେପି ନେତ୍ରୀ ମାନେକା ଗାନ୍ଧିଙ୍କୁ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୪୮ ଘଣ୍ଟା ପାଇଁ ପ୍ରଚାର କରିବା ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ।

Related story