ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍ରେ ଥରେ ଉତ୍ତର ଦେବାପାଇଁ ଚିଠିରେ କହିଛନ୍ତି। ଏହି ଚିଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି।
ବାରମ୍ବାର ଚିଠି ପରେ ଉତ୍ତର ନ ଆସିବାରୁ ସେ ଲେଖିଛନ୍ତି, ବାରମ୍ବାର ଚିଠି ଦେବା ପରେ କର୍ତ୍ତାରପୁର ଯିବାକୁ ଅନୁମତି ମିଳିଛି କି ନା କିଛି ଉତ୍ତର ଆସିନି। ଏପରି ବିଳମ୍ବ ମୋ ଭବିଷ୍ୟତର ନିଷ୍ପତ୍ତି ପାଇଁ ପରିପନ୍ଥୀ ସାଜିଛି। ସେ ଆହୁରି ମଧ୍ୟ ଲେଖିଛନ୍ତି, “ସରକାର ଯଦି ମୋର ଏହି ତୃତୀୟ ଚିଠିର ଉତ୍ତର ନଦେବେ ମୁଁ ଅନ୍ୟ ଲକ୍ଷ ଲକ୍ଷ ଶିଖ୍ ଶ୍ରଦ୍ଧାଳୁଙ୍କ ଭଳି ଭିସା ସହ କର୍ତ୍ତାରପୁର ଯିବି।”
ତେବେ ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ସେଭଳି କିଛି କାରଣ ଦର୍ଶାଯାଇନି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନିର୍ଦ୍ଦିଷ୍ଟ ଏବଂ ବ୍ୟକ୍ତିଗତ ପ୍ରସଙ୍ଗରେ କିଛି କୁହାଯାଇପାରିବନି। ଏହା ଐତିହାସିକ ଅବସର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।